www.samajalive.in
Saturday, December 6, 2025
15.1 C
Bhubaneswar

ଚେତନ ଭଗତଙ୍କ ନୂଆ ଷ୍ଟାଇଲ୍

ଲୋକପ୍ରିୟ ଉପନ୍ୟାସ ଲେଖକ ଚେତନ ଭଗତ୍ ଏଥରକ ଏକ ଭିନ୍ନ ଅନ୍ଦାଜରେ ନିଜ ପୁସ୍ତକ ସମ୍ପର୍କିତ ତଥ୍ୟ ଉନ୍ମୋଚନ କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କ ଲିଖିତ ପୁସ୍ତକ ‘ଦ ଗର୍ଲ ଇନ୍ ଦ ରୁମ୍ ନମ୍ବର ୧୦୫’ ବଜାରରେ ପ୍ରବେଶ କରିବ। ତେବେ ଏହାର ପ୍ରଚାର ଓ ପ୍ରସାର ସେ ଏକ ଚଳଚ୍ଚିତ୍ର ଟ୍ରେଲର ପରି କରିଛନ୍ତି। ଉପନ୍ୟାସର କାହାଣୀକୁ ଚିତ୍ରାୟିତ କରିଥିବାବେଳେ ଏହାର ନିର୍ଦେଶନା ଦେଇଛନ୍ତି ନିର୍ଦେଶକ ମୋହିତ ସୁରୀ। ଚେତନଙ୍କ ଲିଖିତ ପୁସ୍ତକ ‘ଫାଇଭ୍ ପଏଣ୍ଟ ସମ୍‌ୱାନ୍’ର କାହାଣୀ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟସ୍’, ‘ଦ ଥ୍ରୀ ମିଷ୍ଟେକ୍ସ ଅଫ୍ ଲାଇଫ୍’ର କାହାଣୀ ଚଳଚ୍ଚିତ୍ର ‘କାଇ-ପୋ-ଚେ’, ଟୁ ଷ୍ଟେଟସ୍ ଓ ହାଫ୍ ଗାର୍ଲଫ୍ରେଣ୍ଡ’ ଇତିମଧ୍ୟରେ ଦର୍ଶକ ଗ୍ରହଣରେ ପ୍ରଶଂସିତ ହୋଇସାରିଛି। ତେବେ ଏହି ପୁସ୍ତକ ‘ଦ ଗର୍ଲ ଇନ୍‌..’ ଚଳଚ୍ଚିତ୍ର ନିର୍ମାଣ ସମ୍ପର୍କରେ ଚେତନ କହିଛନ୍ତି ପୁସ୍ତକର ଲୋକପ୍ରିୟତା ବୃଦ୍ଧି ପାଇଲେ ସେ ପରବର୍ତ୍ତୀ ପଦକ୍ଷେପ ନିଶ୍ଚିତ ନେବେ। ଚେତନଙ୍କୁ ଯେତେବେଳେ ପଚରାଗଲା, ପୁସ୍ତକର ପ୍ରଚାର ନିମନ୍ତେ ଟ୍ରେଲର ନିର୍ମାଣ କରିବାର ଭିନ୍ନ ଯୋଜନା ତାଙ୍କ ମନକୁ କିପରି ଆସିଲା, ତାଙ୍କ ଉତ୍ତର ଥିଲା, ଜଣେ ଆଇଆଇଟି ଛାତ୍ର ଭାବେ କିଛି ଭିନ୍ନ ଚିନ୍ତା କରିବାର ପ୍ରେରଣା ସେ ବହୁ ପୂର୍ବରୁ ପାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories