www.samajalive.in
Wednesday, December 10, 2025
17.1 C
Bhubaneswar

କୋହଳ ହୋଇପାରେ ଶ୍ରୀଜଗନ୍ନାଥ ଦର୍ଶନ କଟକଣା

ପୁରୀ : କୋହଳ ହୋଇପାରେ ଶ୍ରୀଜଗନ୍ନାଥ ଦର୍ଶନ କଟକଣା। ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ମଧ୍ୟରେ ଚାଲିଛି ବିଚାର ବିମର୍ଶ। ଶ୍ରୀଜୀଉଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯିବ ନାଁ ପ୍ରତ୍ୟାହାର କରାଯିବ ସେଥିନେଇ ଆଲୋଚନା ଚାଲିଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଜିଲାପାଳ ଏବଂ ଏସ୍‌ପିଙ୍କୁ ନେଇ ଖୁବ୍‌ଶୀଘ୍ର ଏକ ବୈଠକ ବସିବ। ଦର୍ଶନ ବ୍ୟବସ୍ଥାବଳି (ଏସ୍‌ଓପି) ସମ୍ପର୍କରେ ସମୀକ୍ଷା କରାଯିବ। କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଥିବାରୁ ଅଧିକାଂଶ ଭକ୍ତ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀରେ ପର୍ଯ୍ୟଟକଙ୍କ କୋଭିଡ ପରୀକ୍ଷା ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ। ତେଣୁ କୋଭିଡ ରିପୋର୍ଟ ପାଇଁ ପର୍ଯ୍ୟଟକଙ୍କୁ ଭୁବନେଶ୍ବର ଦୌଡିବାକୁ ପଡୁଛି। ଦିନକୁ ପ୍ରାୟ ୧୭ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ୧୫ଶହରୁ ୨୫ଶହ ଲୋକ ଦର୍ଶନ ସୁଯୋଗ ପାଉଛନ୍ତି। ଭକ୍ତଙ୍କ ସଂଖ୍ୟା ହ୍ରାସ ଯୋଗୁଁ ମାର୍କେଟ ଛକରୁ ନିର୍ମିତ ହୋଇଥିବା ବ୍ୟାରିକେଡ୍‌ ମରିଚିକୋଟ୍‌ ଛକକୁ ଘୁଞ୍ଚାଇ ଦିଆଯାଇଛି। ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇ ନଥିବା ବେଳେ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ତାହାକୁ କଡାକଡି କରାଯାଇଛି। ଏଥିଯୋଗୁଁ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ସର୍ତ୍ତ ପ୍ରତ୍ୟାହାର କିମ୍ବା ପର୍ଯ୍ୟଟକଙ୍କ ପାଇଁ ଜିଲା ସଦର ହାସପାତାଳରେ ମାଗଣା କୋଭିଡ ପରୀକ୍ଷା ବ୍ୟବସ୍ଥା କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ଭକ୍ତଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି କରୋନା କଟକଣା କୋହଳ କରିବା ପାଇଁ ପ୍ରଶାସନିକ ସ୍ତରରେ ଶୁକ୍ରବାର ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଅଧିକ ଲୋକ ଯେପରି ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ। ଏ ସମ୍ପର୍କରେ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାରେ ଭକ୍ତମାନେ ଶୃଙ୍ଖଳିତଭାବେ ଠାକୁରଙ୍କୁ ଦର୍ଶନ କରୁଥିବା ଜିଲାପାଳ ଶ୍ରୀ ବର୍ମା କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories