ଆଗାମୀ ୧୦୦ ବର୍ଷରେ ବଦଳିବ ମଣିଷ ରୂପ

ଗବେଷକ ଦଳଙ୍କ ଅନୁମାନ କହୁଛି, ଆଗାମୀ ୧୦୦ ବର୍ଷରେ ମନୁଷ୍ୟର ଶାରୀରିକ ଗଠନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ।
-ସ୍ମୃତି ଶକ୍ତି କ୍ଷିପ୍ର ଗତିରେ ବଢ଼ିବ। କମ୍ପ୍ୟୁଟର ସହ ତାଳ ଦେଇ ମନୁଷ୍ୟ ମସ୍ତିଷ୍କ କାମ କରିବ। ତା’ ସହ ସେତେବେଳର ଅତ୍ୟାଧୁନିକ ଜ୍ଞାନକୌଶଳ ଅନୁସାରେ ଜଣେ ଚାହିଁଲେ, ନିଜ ସ୍ମୃତିକୁ ମଧ୍ୟ ଡାଉନଲୋଡ କରିପାରିବ।
-ଏବେ ଫୋନ୍‌ରେ ଘଣ୍ଟାଘଣ୍ଟା କଥା ହେଉଛେ। ଭବିଷ୍ୟତରେ ଟେଲିପାଥି ଜରିଆରେ ପରସ୍ପରର ମନକଥାକୁ ବୁଝିପାରିବା ଓ କଥା ବି ସେଇ ମାଧ୍ୟମରେ ହେବା।
-ବିଶ୍ବ ତାପମାତ୍ରା ଆଉ କିଛି ବର୍ଷରେ ଅଧିକ ବଢ଼ିବ। ଭବିଷ୍ୟ ପିଢ଼ି ସେଇ ତାପମାତ୍ରା ସହ ଖାପଖୁଆଇ ବେଶ୍ ଆରାମରେ ଜୀବନ ଅତିବାହିତ କରିବ।
-ଗବେଷକ କହିଛନ୍ତି, ଆମ ମାନସିକ ସ୍ଥିତି ଅନୁସାରେ ଚେହେରା ରଙ୍ଗ ବଦଳିବ। ମଣିଷର ଉଚ୍ଚତା ଅଧିକ ବଢ଼ିବ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି।

Comments are closed.