www.samajalive.in
Monday, December 8, 2025
14.1 C
Bhubaneswar

ଚନ୍ଦ୍ରୟାନ-୨: ବିକ୍ରମର ହାର୍ଡଲ୍ୟାଣ୍ଡିଂ ସୁନିଶ୍ଚିତ କଲା ନାସା

ନୂଆଦିଲ୍ଲୀ : ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି ବୋଲି ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ଶୁକ୍ରବାର ସ୍ପଷ୍ଟ କରିଛି। ଲ୍ୟାଣ୍ଡିଂ ପରେ ଏହା କେଉଁ ସ୍ଥାନରେ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ସଂସ୍ଥାର ଉଚ୍ଚ ଶକ୍ତିଶାଳୀ କ୍ୟାମେରା ରେକୋନାଇସାନ୍ସ ଅର୍ବିଟର କ୍ୟାମେରା କ୍ବିକମ୍ୟାପ (ଆରଓସି) ହାର୍ଡ ଲ୍ୟାଣ୍ଡିଂ ସ୍ଥଳର ଫଟୋଚିତ୍ର ଉତ୍ତୋଳନ କରିଛି, ଯେଉଁଥିରେ ୧୫୦ କିଲୋମିଟର ଅଞ୍ଚଳର ଫଟୋ ସନ୍ନିହିତ। ଲ୍ୟାଣ୍ଡିଂସ୍ଥଳଟି ଦକ୍ଷିଣ ମେରୁଠାରୁ ୬୦୦ କିଲୋମିଟର ଦୂରରେ ଅବସ୍ଥିତ ବୋଲି ନାସା ପକ୍ଷରୁ କୁହାଯାଇଛି। ସନ୍ଧ୍ୟା ସମୟରେ ଫଟୋଟି ଉତ୍ତୋଳନ କରାଯାଇଥିବାରୁ ଉକ୍ତ ସ୍ଥାନର ଅଧିକାଂଶ କ୍ଷେତ୍ରରେ ଛାଇ ପଡିଥିଲା। ବିକ୍ରମ ​‌େ​‌କୗଣସି ଛାଇ ଆଢୁଆଳରେ ରହିଯାଇଥାଇପରେ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଅକ୍ଟୋବର ୧୪ ସୁଦ୍ଧା ଏଲଆରଓ ଉକ୍ତ ସ୍ଥାନ ଦେଇ ପୁନଃ ଅତିକ୍ରମ କରିବ। ଏହି ସମୟରେ ଯଦି ସେଠାରେ ଆଲୋକ ପଡେ ତା’ହେଲେ ବିକ୍ରମକୁ ଚିହ୍ନଟ କରି ତାହାର ଫଟୋ ଉତ୍ତୋଳନ କରିବା ସମ୍ଭବ ହେବ ବୋଲି ଏଲଆରଓ ମିଶନର ଉପପ୍ରକଳ୍ପ ବୈଜ୍ଞାନିକ ଜନ କେଲର କହିଛନ୍ତି। ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ବିକ୍ରମର ଯୋଗାଯୋଗ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା। ଏହାର ଦିନକ ପରେ ଚନ୍ଦ୍ରୟାନ-୨ର ଅର୍ବିଟର ବିକ୍ରମର ଫଟୋ ଉତ୍ତୋଳନ କରିବାରେ ସଫଳ ହୋଇଥିଲା। ନିର୍ଦ୍ଧାରିତ ଲ୍ୟାଣ୍ଡିଂ ସ୍ଥାନ ନିକଟରେ ଏହା ଓଲଟି ରହିଥିବା ସେଥିରୁ ଜଣାପଡିଥିଲା। ବିକ୍ରମର କାର୍ଯ୍ୟକାଳ ୧୪ ଦିନ ଥିବା ବେଳେ ତାହା ସହିତ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ପରେ ଚନ୍ଦ୍ରପୃଷ୍ଠରେ ରାତି ଆରମ୍ଭ ହୋଇଯାଇଥିଲା। ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ୧୪ ଦିନ ସହିତ ସମାନ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories