ଟିଡିପି ସହ କଂଗ୍ରେସ ମେଣ୍ଟର ମଙ୍ଗ ଧରିଛନ୍ତି ଚନ୍ଦ୍ରବାବୁ

0

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ତେଲେଙ୍ଗାନାରେ ଟିଡିପି ଓ କଂଗ୍ରେସ ମେଣ୍ଟର ମଙ୍ଗ ଧରିଛନ୍ତି। ଟିଡିପି ଉଭୟ ଆନ୍ଧ୍ର ଓ ତେଲେଙ୍ଗାନାରେ ସକ୍ରିୟ ରାଜନୈତିକ ଦଳ ହୋଇଥିବାରୁ ଆଗାମୀ ନିର୍ବାଚନରେ ତେଲେଙ୍ଗାନାରେ ଟିଡିପି ଓ କଂଗ୍ରେସ ମେଣ୍ଟ କରିବାକୁ ଚନ୍ଦ୍ରବାବୁ ନାଇଡ଼ୁ ନିଷ୍ପତ୍ତି ନେଇଛନ୍ତି। ତେବେ ଦଳର ସୁପ୍ରିମୋଙ୍କ ଏଭଳି ପ୍ରୟାସ ତେଲେଙ୍ଗାନା ରାଜନୀତି ଉପରେ ବେଶ ପ୍ରଭାବ ପକାଇବ ବୋଲି ଆଶା କରାଯାଇ ପାରେ। ତେବେ ଆନ୍ଧ୍ରରେ ଟିଡିପି ସରକାର କରୁଥିଲେ ମଧ୍ୟ ତେଲେଙ୍ଗାନାରେ ଏହାର ପ୍ରଭାବ ଦୃଶ୍ୟମାନ ହେବ ନାହିଁ ବୋଲି ବିଜେପି ଯୁକ୍ତି ଦର୍ଶାଇଛି। କାରଣ ୨୦୧୪ ସାଧାରଣ ନିର୍ବାଚନରେ ଟିଡିପିର ୧୫ଜଣ ବିଧାୟକ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୧୨ଜଣ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ରେ ଯୋଗ ଦେଇଥିବାବେଳେ ଅନ୍ୟଜଣେ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଯାଇଛନ୍ତି। ତେଣୁ ମାତ୍ର ୨ଜଣ ବିଧାୟକଙ୍କୁ ହାତରେ ନେଇ ଚନ୍ଦ୍ରବାବୁଙ୍କ ମେଣ୍ଟ ଆଗାମୀ ନିର୍ବାଚନକୁ ସେଭଳି କୌଣସି ପ୍ରଭାବିତ କରିବ ନାହିଁ ବୋଲି ପ୍ରକାଶ କରିଛି ବିଜେପି।

Leave A Reply