www.samajalive.in
Wednesday, December 10, 2025
15.1 C
Bhubaneswar

ଆଦିବାସୀଙ୍କ ବିକାଶରେ ସାଲିସ କରାଯିବ ନାହିଁ : ଚନ୍ଦ୍ର ସାରଥି

ମାଲକାନଗିରି : ବିଜେଡି ସରକାର ଆଦିବାସୀଙ୍କ ବିକାଶରେ କେବେ ସାଲିସ୍‍ କରି ନାହିିଁ। ଅପହଞ୍ଚ ଇଲାକାର ଉନ୍ନତି ସହ ଆଦିମ ଜନଜାତିଙ୍କୁ ସ୍ୱଭାବଲମ୍ବି କରିବା ପାଇଁ ସରକାର ବହୁ ଯୋଜନା କରିଛନ୍ତି ବୋଲି କ୍ରୀଡା ଓ ଯୁବ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ମାଲକାନଗିରିଠାରେ ପ୍ରକାଶ କରିଛନ୍ତି।
୨ ଦିନିଆ ମାଲକାନଗିରି ଗସ୍ତରେ ଆସି ଗତକାଲି ସେ ଜିଲ୍ଲାର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମିକ୍ଷା କରିବା ସହ ବହୁ ଲୋକଙ୍କ ଅଭିଯୋଗ ଶୁଣିଥିଲେ ବିଶେଷ କରି ପଡିଆ , ଶିଖ୍‍ପାଲ୍ଲି , ନିଲିଗୁଡା , ଗୋରାଖୁଣ୍ଟା, ମାଟେରୁ ପ୍ରଭୂତି ପଞ୍ଚାୟତର ୧୦ ଜଣ ସରପଞ୍ଚ, ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏବଂ ସଂପୂର୍ଣ୍ଣ ଜଳ ସେଚନ ବିହୀନ ଏହି ପଞ୍ଚାୟତରେ କିଭଳି ନୂତନ ଭାବେ ଜଳ ସେଚନ ବ୍ୟବସ୍ଥା କରିବା ଫଳରେ ୩ ହଜାର ଚାଷୀ ଉପକୃତ ହେବେ ବୋଲି କହିଥିଲେ। ସେହିପରି ପଡିଆରେ ଶିକ୍ଷାର ଉନ୍ନତି ନିମନ୍ତେ ଶିକ୍ଷା ପରିବର୍ତନ ଯାତ୍ରା ବାହାରିଥିବା ବେଳେ ଶିକ୍ଷା ପଦ୍ଧତିର ସମସ୍ତ ବିବରଣୀ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରି ଅଂଚଳର ଶିକ୍ଷାର ବିକାଶ ପାଇଁ ମଧ୍ୟ ଦାବି କରିଥିଲେ।
ସେହିପରି ଗଙ୍ଗଲା ପେଦାୱାଡା ପ୍ରଭୂତି ଅଂଚଳରୁ ପୂରହିତ, ପେଦା,ଗ୍ରାମ ମୁଖିଆ ଓ ଯୁବକ ସଂଘ ଗୁଡିକ ମିଶି ଆଲୋଚନା କରି ମାଲକାନଗିିରି ଜିଲ୍ଲାରେ ଆଦିମ ଜନଜାତିଙ୍କ ସଂସ୍କୁତି ଓ ପରମ୍ପରା ଅତ୍ୟନ୍ତ ନିଆରା ହୋଇଥିବା ବେଳେ ଏହି ବିରଳ ସଂସ୍କୁତିକୁ କିଭଳି ସଂରକ୍ଷିତ କରାଯିବ ସେଥି ପାଇଁ ଆଦିବାସୀ ଗବେଷଣା କେନ୍ଦ୍ର ନିର୍ମାଣ ପାଇଁ ଆଲୋଚନା କରିଥିଲେ। ସେହିପରି ମଣ୍ଡି ସମସ୍ୟା ଠାରୁ ଆରମ୍ଭ କରି ବହୁ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଅବଗତ ହୋଇଥିଲେ ଓ ଆଗାମୀ ଦିନରେ କିଭଳି ଏହି ସମସ୍ୟାର ସମାଧାନ କରିବେ ସେଥି ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବୁଦୁରା କବାସି , ବିନୟ ନାୟକ , ଦାନିଲ୍‍ ପଟଲା ଭଳି ବହୁ ଲୋକ ପ୍ରତିନିଧି ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା ସମ୍ପର୍କରେ ସାଧାରଣ ଲୋକ ଅବଗତ ହୋଇପାରିବେ ସେଥି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଓଡିଶା ପ୍ରତି କେନ୍ଦ୍ରୀୟ ଯୋଜନା ଓ କେବିକେ ଯୋଜନା ଆରମ୍ଭ କରି ଅନେକ ଯୋଜନାରେ କେନ୍ଦ୍ରର ଆଚରଣ ଓ ବୌମାତୃକ ମନଭାବ ରହିଥିବା ବେଳେ କେନ୍ଦ୍ର ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ , ଅନୁସୂଚିତ ଜାତି, ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଚରମ ପଦକ୍ଷପ ଗ୍ରହଣ କରିଥିବା କହିଛନ୍ତି। ମେଟ୍ରିକ୍‍ ପରବର୍ତ୍ତି ବୃତ୍ତି ଆକାରରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ପାଣ୍ଠି ପ୍ରଦାନ କରାଯାଇ ନଥିବା ବେଳେ ଶିକ୍ଷା ଅଧିକାରକୁ ବଂଚିତ କରୁଥିବା ମୋଦୀ ସରକାରଙ୍କ ଏହି ପ୍ରବଞ୍ଚନାକୁ ଆଗାମୀ ନିର୍ବାଚନରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ମାନେ ଉଚିତ୍‍ ଜବାନ ଦେବେ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ରଜେନ୍ଦ୍ର ପଣ୍ଡା , ପ୍ରଭାକର ପ୍ରଧାନ ଓ ପ୍ରର୍ଯ୍ୟେବେକ୍ଷକ ରାଜେନ୍ଦ୍ର ଆଚାର୍ଯ୍ୟ, ଲୋକଙ୍କ ସମସ୍ୟା ସହ ଆଲୋଚନା କରିଥିଲେ। ପରେ ମାଲକାନଗିରି ବିଧାୟକ ମାନସ ମାଡକାମି ଓ ଅନ୍ୟ କର୍ମଚାରୀଙ୍କ ସହ ଦଳର ସାଙ୍ଗଠାନିକ ଆଲୋଚନା କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories