www.samajalive.in
Monday, December 15, 2025
27.1 C
Bhubaneswar

ପ୍ରଚୁର ଟଙ୍କା ରୋଜଗାର କରିବେ ଏହି ୩ରାଶି, ଅନୁରାଧା ନକ୍ଷତ୍ରରେ ପ୍ରବେଶ କଲେ ଚନ୍ଦ୍ର

ସମାଜ ଡିଜିଟାଲ ଡେସ୍କ: ଜୁନ୍‍ ୧୦ ତାରିଖ ସକାଳ ୧୧ଟା ୩୫ମିନିଟ୍‍ ରୁ ଜ୍ୟେଷ୍ଠ ପୂର୍ଣ୍ଣିମା ଆରମ୍ଭ ହୋଇଛି । ଯାହା ପରେ ଚନ୍ଦ୍ରର ଗୋଚର ହୋଇଛି । ଚନ୍ଦ୍ର ବର୍ତ୍ତମାନ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ୨୭ଟି ନକ୍ଷତ୍ର ମଧ୍ୟରେ ୧୭ତମ ନକ୍ଷତ୍ରଙ୍କ ସ୍ଥାନରେ ଅନୁରାଧା ରହିଛନ୍ତି । ଅନୁରାଧା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିମାନେ ସାହାସୀ, ମହତ୍ୱକାଂକ୍ଷୀ, ଜିଦଖୋର ଏବଂ ଦୃଢମନା ହୋଇଥାନ୍ତି । ଏହି ଲୋକମାନେ ନିଜର କଠୋର ପରିଶ୍ରମ ଦ୍ୱାରା ଜୀବନରେ ଉଚ୍ଚ ପଦବୀ ହାସଲ କରନ୍ତି । ଚନ୍ଦ୍ର ଗୋଚର ଶୁଭ ପ୍ରଭାବରୁ ତିନୋଟି ରାଶି ପାଇଁ ଶୁଭଦାୟକ ହୋଇଛି ।

କର୍କଟ ରାଶି: ଚନ୍ଦ୍ରର ଏହି ଭ୍ରମଣ କର୍କଟ ରାଶିର ଲୋକଙ୍କ ଜୀବନରେ ଉନ୍ନତି ଆଣିବ । ଚନ୍ଦ୍ର ଦେବଙ୍କ ଆଶୀର୍ବାଦରେ ଛାତ୍ରମାନେ ବିଦେଶ ଯିବାର ସ୍ୱପ୍ନ ପୂରଣ ହେବ । ବ୍ୟବସାୟୀମାନେ ଲାଭ ପାଇବେ । ପରିବାର ସଦସ୍ୟଙ୍କ ସହିତ ଏକାଠି ମିଶିବାର ସୁଯୋଗ ମିଳିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ସରକାରୀ କମ୍ପାନୀରେ କାମ ମିଳିବ । ବ୍ୟବସାୟୀଙ୍କ ଯେକୌଣସି ଇଚ୍ଛା ପୂରଣ ହେବ ।

- Advertisement -

କନ୍ୟା ରାଶି: ଚନ୍ଦ୍ରଙ୍କ ବିଶେଷ ଆଶୀର୍ବାଦରୁ କନ୍ୟା ରାଶିର ଲୋକଙ୍କର ବହୁତ ଦିନର ଇଚ୍ଛା ପୂରଣ ହୋଇପାରେ । ସମ୍ପତ୍ତି, ସୁନା, କାଠ କିମ୍ବା ଲୁହା ସହିତ ଜଡିତ ବ୍ୟବସାୟ କରୁଥିବା ଲୋକଙ୍କୁ ଆର୍ଥିକ ଲାଭ ମିଳିବା ସମ୍ଭାବନା ଅଧିକ । ଚାକିରି କରୁଥିବା ଲୋକମାନେ ବହୁତ ନୂଆ ଜିନିଷ ଶିଖିବାକୁ ପାଇବେ । ପରିବାର ସହିତ ସମୟ ବିତାଇ ମାନସିକ ଶାନ୍ତି ମିଳିବ । ଯୁବକମାନେ ବନ୍ଧୁମାନଙ୍କ ସହିତ ଦୂର ସ୍ଥାନ ବୁଲିଯିବେ । ବୟସ୍କ ଲୋକମାନେ ଦୂର ସ୍ଥାନକୁ ଯାତ୍ରା କରୁଥିଲେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

କୁମ୍ଭ ରାଶି: ଚନ୍ଦ୍ର ଅନୁରାଧା ନକ୍ଷତ୍ରରେ ଗୋଚର କରିଥିବାରୁ କୁମ୍ଭ ରାଶିକୁ ଲୋକଙ୍କ ଆୟ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟ ବୃଦ୍ଧି ପାଇଁ କରାଯାଇଥିବା ଯୋଜନା ସଫଳ ହେବ । ଯୁବକମାନଙ୍କୁ ବିଦେଶରେ କାମ କରିବାର ସୁଯୋଗ ମିଳିବ । ପାରିବାରିକ ଜୀବନରେ ଖୁସି ରହିବେ । ପରିବାରରେ ନୂଆ ସଦସ୍ୟ ଯୋଡି ହେବେ ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories