www.samajalive.in
Saturday, December 6, 2025
15.1 C
Bhubaneswar

ବରଯାତ୍ରୀ ଖଣ୍ଡା ବୁଲାଇବା ଘଟଣା :  ମୁଖ୍ୟ ଅଭିଯୁକ୍ତ ଗିରଫ 

କଳାପଥର: ଟି ସେତୁ ବୈଦ୍ୟେଶ୍ୱର ଛକରେ ବରଯାତ୍ରୀଙ୍କ ଖଣ୍ଡା ବୁଲାଇବା ଘଟଣା। ପୂର୍ବରୁ ପୁଲିସ୍ ଏହି ଘଟଣାରେ ୩ ଜଣ ଙ୍କୁ ଗିରଫ କରିଥିବାବେଳେ ବର୍ତ୍ତମାନ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ବାଙ୍କୀ ଘୋଳପୁର ଗାଁର ଅମିତ ଖଟୁଆ ବୋଲି ଜଣାପଡିଛି। ଘଟଣା ପରଠାରୁ ଅମିତ ହାଇଦ୍ରାବାଦ ପଳାଇଯାଇଥିଲା। ଗତକାଲି ଅଭିଯୁକ୍ତ ଜଣକ  ହାଇଦ୍ରାବାଦ ରୁ ମଉସା ଘର ବଡ଼ମ୍ବା ଆସିଥିଲା।  ଆଜି ନିଜଗାଁ ବାଙ୍କୀ ଥାନା ଅନ୍ତର୍ଗତ ବାଙ୍କୀ ଘୋଳପୁର  ଯାଉଥିବାବେଳେ ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇ ତିଗିରିଆ ରୁ  ଗିରଫ କରିଥିବା ଜଣାପଡିଛି।
ଗତ ମେ ମାସ୨୬ ତାରିଖରେ ବୈଦ୍ୟେଶ୍ୱର  ଟି ସେତୁ ସଂଯୋଗ ରାସ୍ତାରେ ରାମନାଥ ଦେବ ଙ୍କ ପୀଠ କୁ ତିଗିରିଆ  ଥାନା ବିନ୍ଧାଣିମା ଗାଁର ବର, ରଙ୍ଗଣୀସାହୀ ବୈଦ୍ୟେଶ୍ୱର ର କନ୍ୟା ବିବାହ ପାଇଁ ଆସିଥିଲେ।  ବିବାହ କାର୍ଯ୍ୟ ସାରି ବର କନ୍ୟାକୁ ନେଇ ନିଜ ଗାଁ ବିନ୍ଧାଣିମା ଚାଲି ଯାଇଥିଲେ। କିଛି  ନିଶାଶକ୍ତ ବରଯାତ୍ରୀ ଅପରାହ୍ନ ରେ ଫେରିବା ବେଳେ ବ୍ୟାଙ୍କ ଛକରୁ ବୈଦ୍ୟେଶ୍ୱର  ଟି ସେତୁ ସଂଯୋଗ ରାସ୍ତାରେ  ସୁମନ୍ତ ଦାସ ଙ୍କ  ଗାଡିକୁ ଧକ୍କା ଦେଇଥିଲେ। ପରେ ଏହାକୁ ନେଇ ବଚସା ହେବା ସହ ଉଗ୍ର ରୂପ ଧାରଣ କରିଥିଲା।  ଶେଷରେ ମାରିବାକୁ ପଛ ଘୁଞ୍ଚା ନଦେଇ  ନିଶାଶକ୍ତ ବରଯାତ୍ରୀମାନେ ଗାଁ ରେ ଖଣ୍ଡା ବୁଲାଇ ଦୌଡ ଦୌଡି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories