www.samajalive.in
Friday, December 5, 2025
20.1 C
Bhubaneswar

ଝିଅକୁ ହତ୍ୟା କରି ପୋଡ଼ିଦେଲେ ବାପା, ଭାଇ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ଅନର କିଲିଂ(ସମ୍ମାନ ପାଇଁ ହତ୍ୟା) ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କ ସହିତ ଲିଭ୍‌ ଇନ ସମ୍ପର୍କରେ ରହିବାରୁ ଝିଅକୁ ହତ୍ୟା କରି ମୃତଦେହକୁ ପୋଡ଼ି ଦେଇଛନ୍ତି ବାପା ଓ ଭାଇ। ଏହି ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତ ବାପା ରାଜବୀର ସିଂହ(୫୫) ଏବଂ ଭାଇ ସୁମିତ ସିଂହ(୨୪)ଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ହେଲେ ସରସ୍ଵତୀ ମାଲିୟାନ(୨୩)। ୨୦୧୯ରେ ପରିବାର ଲୋକେ ତାଙ୍କର ଜୋର ଜବରଦସ୍ତି ବିବାହ କରିଦେଇଥିଲେ। ଦୁଇବର୍ଷ ପରେ ସେ ତାଙ୍କ ସ୍ଵାମୀକୁ ଛାଡ଼ି ପଳାଇ ଆସିଥିଲେ। ଏହା ପରେ ପରିବାର ଲୋକେ ଅନ୍ୟ ଏକ  ସ୍ଥାନରେ ତାଙ୍କ ବିବାହ ଠିକ୍ କରିଥିଲେ। କିନ୍ତୁ ବିବାହ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ସରସ୍ଵତୀ ଗୁରୁଗ୍ରାମ ଯାଇ ସେଠାରେ ଏକ ଇ-କମର୍ସ କମ୍ପାନୀରେ କାମ କରିଥିଲେ। ସେହିଠାରେ ସେ ଅମିତ ନାମକ ଜଣେ ଯୁବକ ସହିତ ଲିଭ ଇନରେ ରହିଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ତାଗିଦ କରିଥିଲେ। ଗତ ମେ ୧୦ ତାରିଖରେ ସରସ୍ଵତୀ ଘରକୁ ଫେରି ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ୨୬ ତାରିଖରେ ଅମିତଙ୍କ ସହିତ ସରସ୍ଵତୀ ଶେଷ ଥର ପାଇଁ କଥା ହୋଇଥିଲେ ଏବଂ ସେହିଦିନ ସେ ତାଙ୍କ ପରିବାର ଲୋକଙ୍କୁ ଶେଷ ଥର ଲାଗି ବୁଝାଇବେ ବୋଲି କହିଥିଲେ। କିନ୍ତୁ ଏହା ପରେ ସରସ୍ଵତୀଙ୍କ ସହ ଅମିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ।

- Advertisement -

ପୁଲିସ କହିଛି​‌ ଯେ, ମେ ୨୯ ଓ ୩୦ ତାରିଖ ମଧ୍ୟରାତ୍ରିରେ ରାଜବୀର ଏବଂ ସୁମିତ ସରସ୍ଵତୀଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ଏଥିରେ ସୁମିତର ଜଣେ ସାଙ୍ଗ ଗୁରଦୟାଲ ସହଯୋଗ କରିଥିଲା। ହତ୍ୟା ପରେ ମୃତଦେହକୁ ଘରଠାରୁ ୫ କିମି ଦୂର ନେଇ ଏକ ଜଙ୍ଗଲରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଏହାର ୨ ଦିନ ପରେ ଝିଅ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ତଦନ୍ତ ସମୟରେ ଜୁନ ୩ରେ ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ତଦନ୍ତ ପରେ ଏହା ଏକ ଅନର କିଲିଂ ବୋଲି ପୁଲିସ ଜାଣିବାକୁ ପାଇଲା। ପଚରାଉଚରା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରଦୟାଲ ଫେରାର ଅଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories