ଶୁଣିଲାନି ପ୍ରଶାସନ; ନିଜେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ଚାନ୍ଦିପୁଟ: ମୁଣ୍ଡ ଉପରେ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ । ଟାଇଁ ଟାଇଁ ଖରାରେ ସିଝୁଛି ତରୁଲତା । ଚାଲିଚାଲି ଯାଉଥିବା ଲୋକଟି ତୃଷ୍ଣା ମେଷ୍ଟାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି । ହେଲେ ଏହି ସମୟରେ ହାତରେ କୋଦଳ ,ଶାବଳ ଓ ଝୁଡି ଧରି ଅସ୍ଥାୟୀ ରାସ୍ତା ନିର୍ମାଣରେ ଲାଗିପଡିଛନ୍ତି ପିଲାଠାରୁ ବୟସ୍କ । ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା ଗ୍ରାମପଞ୍ଚାୟତର ଗୁରୀଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ବସ୍ଥା ଦେଖି ଆପଣ ବେଶ ବୁଝିପାରୁଥିବେ । ସେଥିପାଇଁ ଗ୍ରାମବାସୀ ମାନେ ରାସ୍ତା ତିଆରି କରିବା କାମରେ ଲାଗିପଡ଼ିଛନ୍ତି । ସରକାରଙ୍କ ଯୋଜନା ଆଉ ଜନପ୍ରତିନିଧିଙ୍କ ପ୍ରତିଶ୍ରୁତି ଏଠି ପାଲଟିଛି ପାଣିର ଗାର ।
ଏହିଗ୍ରାମ ମୋହନା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୧୨ କିଲୋ ମିଟର ଦୂରରେ ଅବସ୍ଥିତ ଏହି ଗାଁ । ଗାଁରେ ପ୍ରାୟ ୫୦୦ ଆଦିବାସୀ ପରିବାର ବସବାସ କରୁଛନ୍ତି । ଯାହାକି ସେମାନଙ୍କ ମୁଖ୍ୟ ସମସ୍ୟା ରହିଛି ଏହି ରାସ୍ତା । ଗ୍ରାମବାସୀ ପଞ୍ଚାୟତକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଯାହା ଫଳରେ ବର୍ଷ ବର୍ଷ ଧରି ନାନା ସମସ୍ୟା ଦେଇ ଗତିକରିବାକୁ ପଡୁଛି ଗ୍ରାମବାସୀଙ୍କୁ ।
ଯଦି କାହାର ସ୍ବାସ୍ଥ୍ୟ ଖରାପ ହୁଏ ତାହେଲେ ଗାଁକୁ ଏମ୍ବୁଲେନ୍ସ ମଧ୍ୟ ଯାଇପରୁନାହିଁ । ଯାହା ଫଳରେ ଅନେକ ସମୟରେ ଖଟିଆ ରୋଗୀ ବୁହା ହେଉଛନ୍ତି । ସରକାର ଯଦି ଏଥି ପ୍ରତି ଦୃଷ୍ଟି ଦିଅନ୍ତେ ଓ ରାସ୍ତା ଖଣ୍ଡେ ନିର୍ମାଣ ପାଇଁ ସହଯୋଗର ହାତ ବଢ଼ାନ୍ତେ ତେବେ ଏମାନେ ଉପକୃତ ହୋଇପାରନ୍ତେ ।
Comments are closed.