ଚକାପାଦ ବ୍ଳକରେ ନୂତନ ବିଧାୟକ ପ୍ରତିନିଧି ନିଯୁକ୍ତ

ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଫୁଲବାଣୀ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଥିଲେ ମଧ୍ୟ ଉକ୍ତ ବ୍ଳକର ୨ଟି ପଂଚାୟତ ବସ୍ତିଙ୍ଗିଆ ଓ ବେହେରା ଗାଁ ପଂଚାୟତ ଜି.ଉଦୟଗିର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଥିବା ଯୋଗୁଁ ଉକ୍ତ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନୂତନ ଭାବେ ଉକ୍ତ ୨ଟି ପଂଚାୟତର ପ୍ରତିନିଧିଭାବେ ବିମଳ କୁମାର ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ଚକାପାଦ ବ୍ଳକ ବିଜେଡି ସଭାପତି ରାଜେଶ ଦିଗାଲ, ସଂପାଦକ ପ୍ରତାପ କୁମାର ବେହେରା ଓ ବ୍ଳକ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର, ବରିଷ୍ଠ ବିଜେଡ଼ି ନେତା ଖଗେଶ୍ୱର ପଟନାୟକ ଓ ସାଂସଦ ପ୍ରତିନିଧି ପ୍ରଦୁମ୍ନ ଦିଗାଲ, ପ୍ରେମାନନ୍ଦ ପ୍ରଧାନ ଓ ଅନ୍ୟମାନେ ଚକାପାଦ ବି.ଡ଼ି.ଓ ଅନିଲ୍‍ କୁମାର ପଟନାୟକଙ୍କୁ ସାକ୍ଷାତ କରି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଆଗାମି ଦିନରେ ବିଧାୟକଙ୍କ ସହିତ ଯୋଗାଯୋଗ କରି ଉକ୍ତ ୨ଟି ପଂଚାୟତର ଉନ୍ନତି ପାଇଁ ସେ ଉଦ୍ୟମ କରିବେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Comments are closed.