୧୭ ବର୍ଷ ହେଲା ଜାରି ରହିଛି ଓଟିଏମ୍ ଶ୍ରମିକ ଆନ୍ଦୋଳନ
ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରଦାନର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଚୌଦ୍ୱାର: ଓଟିଏ ପୁନରୁଦ୍ଧାର ଓ ଶ୍ରମିକ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଦାବିରେ ବନ୍ଦ ଓଟିଏମ୍ ଫାଟକ ସମ୍ମୁଖରେ ଶ୍ରମିକ ସଂଗଠନ ଓଟିଏମ୍ ବଞ୍ଚାଅ ସଂଗଠନ ଓ ବିରାଟ ଜନକଲ୍ୟାଣ ସମିତି ତରଫରୁ ଚାଲିଥିବା ଆନ୍ଦୋଳନକୁ ୧୭ବର୍ଷ ପୁରଣ ହୋଇଛି । ଏହି ଉପଲକ୍ଷେ ଗୁରୁବାର ଦିନ ଓଟିଏମ୍ ମୁଖ୍ୟ ଫାଟକ ସମ୍ମୁଖରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଶ୍ରମିକ ନେତା ଦୀପକ କୁମାର ବାରିକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଶ୍ରମିକ ଓଟିଏମ୍ ଫାଟକରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀଦେଇ ଚୌଦ୍ୱାର ଅଞ୍ଚଳ ପରିକ୍ରମା କରିବା ସହିତ ଓଟିଏମ୍ ପରିବା ବଜାରସ୍ଥିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାରିଥିଲେ । ଓଟିଏମ୍ ଗେଟ ସମ୍ମୁଖରେ ଆୟୋଜିତ ଶ୍ରମିକ ସଭାରେ ଦୁଲାଳସେନ ସ୍ୱାଇଁ, ବିଭୂ ପ୍ରସାଦ ରଥ, ସରୋଜ କୁମାର ନାୟକ, ବିନୋଦିନୀ ରାଉତରାୟ,ଲିଲିବାଳା ସାହୁ, ବିଷ୍ଣୁ ଚରଣ ଦାସ, ନବ କିଶୋର ଭୁୟାଁ, ବିଜୟ ସାହୁ, ମହେଶ୍ୱର ଦଳାଇ ପ୍ରମୁଖ ଉଦ୍ବୋଧନ ଦେଇ ଓଟିଏମ୍ ମାମଲା ଅଦାଲତରୁ ସରକାରଙ୍କ ହାତକୁ ଆସିବା ଓ ଶ୍ରମିକ ମାନଙ୍କ ବକେୟା ପ୍ରପ୍ୟ ପ୍ରଦାନର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିପାଇଁ ଦୀର୍ଘ ୧୭ବର୍ଷ ଧରି ଚାଲିଥିବା ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଇଥିବା ଶ୍ରୀ ବାରିକଙ୍କୁ ଶ୍ରମିକମାନଙ୍କ ତରଫରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା।
Comments are closed.