mission shakti banner

ଚୋରା କୋଇଲା ବୋଝେଇ ଟ୍ରକ ଜବତ, ୩ ଗିରଫ

nua o banner

ଚୌଦ୍ୱାର : ଚୋରା କୋଇଲା ବୋଝେଇକରି ତାଳଚେରରୁ ମଙ୍ଗୁଳିର ଏକ କୋଇଲା ଡିପୋକୁ ଯାଉଥିବା ଏକ ଟ୍ରକ୍କୁ ପୁଲିସ ଜବତ କରିବା ସହିତ ଏସଂକ୍ରାନ୍ତରେ ୩ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଟ୍ରକ୍ର ଡ୍ରାଇଭର କଟକ ଜିଲା ତିଗିରିଆ ଥାନା ବନମାଳିପୁରର ଉମେଶ ସ୍ୱାଇଁ(୩୦), ସେହିଥାନା ନୂଆ ପାଟଣା ପଙ୍କଳା ଗ୍ରାମର ମନିରୁଦ୍ଦିନ୍ ଖାନ୍ ଓରଫ ମୁନ୍ନା(୩୭) ଏବଂ ଚାଉଳିଆଗଞ୍ଜ ଥାନା ମହାନଦୀ ବିହାର ଜଷ୍ଟିସ୍ ଛକ ଅଞ୍ଚଳର ଜଗନ୍ନାଥ ଜେନା(୪୩) । ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଅନୁଯାୟୀ ତାଳଚେର ଅଞ୍ଚଳରୁ ଚୋରା କୋଇଲା ବୋଝେଇକରି ଏକ ଟ୍ରକ୍ ଚୌଦ୍ୱାର ଆଡ଼କୁ ଆସୁଥିବା ବିଶେଷ ସୁତ୍ରରୁ ଖବର ପାଇ ଏସ୍ଆଇ ଦିଲ୍ଲିପ କୁମାର ମର୍ଦ୍ଦରାଜ ଭୁୟାଁ ସୋମବାର ସଦଳବଳେ ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ ଧୂମାବତୀ ଛକରେ ଜଗି ରହିଥିଲେ ।ମଧ୍ୟରାତ୍ରରେ ଓଡି ୦୫ ଏଆର ୯୩୦୬ ନମ୍ବରଯୁକ୍ତ ଏକ ଟ୍ରକ୍କୁ ଅଟକାଇ ଯାଞ୍ଚ କରିବାରେ ସେଥିରେ କୋଇଲା ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା ।ଡ୍ରାଇଭରର ସୂଚନା ମତେ ତାଳଚେରରୁ କୋଇଲା ନେଇ ଜଗନ୍ନାଥ ଜେନାଙ୍କ ମଙ୍ଗୁଳି ଛକସ୍ଥିତ ଡିପୋକୁ ଯାଉଥିଲା ଏବଂ ମୁନ୍ନା ଉକ୍ତ ଟ୍ରକ୍କୁ ସୁରକ୍ଷାଦେଇ ନେଉଥିଲା। ଉକ୍ତ ଟ୍ରକରେ ୧୮ଟନ୍ ୩୨୦କେଜି କୋଇଲା ଥିବା ଜଣା ପଡ଼ିଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.