www.samajalive.in
Friday, December 12, 2025
27.1 C
Bhubaneswar

ମୃତ୍ତିକା ଓ ଜଳ: ଜୀବନର ଏକ ଉତ୍ସ

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଇସିଏଆର୍-ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ସଏଲ୍ ଆଣ୍ଡ ୱାଟର କଞ୍ଜରଭେସନ୍ (ଆଞ୍ଚଳିକ କେନ୍ଦ୍ର- ସୁନାବେଡା)ର ମିଳିତ ଆନୁକୂଲ୍ୟରେ ସୁନାବେଡ଼ାସ୍ଥିତ କ୍ୟାମ୍ପସରେ  ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସ ପାଳନର ବିଷୟବସ୍ତୁ ହେଉଛି “ମୃତ୍ତିକା ଓ ଜଳ: ଜୀବନର ଏକ ଉତ୍ସ”।  କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଜାଳି କାର୍ୟ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ। ପ୍ରଫେସର ତ୍ରିପାଠୀ ତାଙ୍କ ଅଭିଭାଷଣରେ ମାଟିର ମହତ୍ତ୍ୱ ଏବଂ ଆମ ଭାରତୀୟ ପୁରାଣ ଓ ଶାସ୍ତ୍ରୀୟ ସାହିତ୍ୟରେ ମାଟି ବିଷୟରେ ବର୍ଣ୍ଣନା କରିବା ସହ ମାଟି ସଂରକ୍ଷଣ ପାଇଁ ସମସ୍ତେ ସଂକଳ୍ପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମ୍ମାନିତ ଅତିଥି ଭାବେ ନାଲ୍ କୋ, ଦାମନଯୋଡ଼ି, କୋରାପୁଟର ଏଜିଏମ୍ ଡ. ପି.କେ.ପଟ୍ଟାଯୋଶୀ ଯୋଗଦେଇ ଆମ ଜୀବନରେ ମୃତ୍ତିକା ଓ ଜଳର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଆଇସିଏଆର-ଆଇଆଇଏସ୍ଡବ୍ଲ୍ୟୁସିର ପ୍ରମୁଖ ବୈଜ୍ଞାନିକ ଡ. ପି. ରାଜା, ବୈଜ୍ଞାନିକ ଡ. ଏସ୍ କେ ସାମଲ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ବରିଷ୍ଠ ସହକାରୀ ପ୍ରଫେସର ଦେବବ୍ରତ ପଣ୍ଡା ଚଳିତ ବର୍ଷର ବିଶ୍ୱ ମୃତ୍ତିକା ଦିବସର ବିଷୟବସ୍ତୁ ଉପରେ ଆଲୋକପାତ କରିବା ସହ ମାଟିର ଗୁରୁତ୍ୱର ବୈଜ୍ଞାନିକ ଦିଗ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏହି କାର୍ୟ୍ୟକ୍ରମରେ ଆଇସିଏଆର-ଆଇଆଇଏସ୍ଡବ୍ଲ୍ୟୁସି ର ମୁଖ୍ୟ ଡ. ଡି. ଏବଂ ସୁନାବେଡ଼ାସ୍ଥିତ ଏରୋନୋଟିକ୍ସ ଡିଏଭି ସ୍କୁଲର ପ୍ରିନ୍ସିପାଲ ଡ. ପି.କେ. ମିଶ୍ର ଉପସ୍ଥିତ ଥିଲେ ।

- Advertisement -

କାର୍ୟ୍ୟକ୍ରମକୁ ସଂଯୋଜନା କରି କୃଷି ବିଭାଗ ସଂଯୋଜକ ଡ. ଜୟନ୍ତ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ, ପଶୁପାଳନ ଓ ଦୁଗ୍ଧ ବିଭାଗ, ଜଙ୍ଗଲ ପରିଚାଳନା ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏବଂ ସୁନାବେଡ଼ାସ୍ଥିତ ଏରୋନୋଟିକ୍ସ ଡିଏଭି ସ୍କୁଲର ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ଏହି କାର୍ୟ୍ୟକ୍ରମରେ ସମସ୍ତେ ମୃତ୍ତିକା ସଂରକ୍ଷଣ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ଭିନ୍ନ ଭିନ୍ନ ଉପାୟ ପ୍ରଦର୍ଶନ କରିଥିଲେ । ମାଟିର ମହତ୍ତ୍ୱ ଏବଂ ମାଟିକୁ କିପରି ସଂରକ୍ଷଣ କରାଯାଇପାରିବ ସେ ସମ୍ପର୍କରେ ଏକ ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ଛାତ୍ରଛାତ୍ରୀମାନେ ବିଶେଷଜ୍ଞଙ୍କ ସହ ଆଲୋଚନା କରି ସେମାନଙ୍କ ସନ୍ଦେହ ଦୂର କରିଥିଲେ ବୋଲି ବିଶ୍ଵବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣାଇଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗର ଅତିଥି ଅଧ୍ୟାପକ ଡ. ଝୁମିଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗର ଅତିଥି ଅଧ୍ୟାପକ ଡ. ଦେବଦତ୍ତ ପଣ୍ଡା ଏହି କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories