ସଂକ୍ଷିପ୍ତ ​ହେବ ସିବିଏସ୍‌ଇ ସିଲାବସ୍‌ : ମାସେ ମଧ୍ୟରେ କାର୍ଯ୍ୟକାରୀ କରାଯିବ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଚଳିତ ବର୍ଷ ପାଠ୍ୟକ୍ରମ ସଂକ୍ଷିପ୍ତ କରାଯିବ। କରୋନା ମହାମାରୀ ଯୋଗୁ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସିଲାବସ୍‌ ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଚଳିତ ବର୍ଷ ସିଲାବସ୍‌କୁ ସଂକ୍ଷିପ୍ତ କରାଯିବ। ସମସ୍ତଙ୍କୁ ସୁହାଇବା ଲାଗି ପାଠ୍ୟକ୍ରମକୁ ସଂକ୍ଷିପ୍ତ କରାଯିବ। ଆସନ୍ତା ମାସେ ମଧ୍ୟରେ ସିବିଏସ୍‌ଇ ଦ୍ବାର ପ୍ରସ୍ତୁତ ନୂଆ ସିଲାବସ୍‌ କାର୍ଯ୍ୟକାରୀ କରାଯିବ। କରୋନା ଜନିତ ଶିକ୍ଷାବର୍ଷ ଲାଗି ସିବିଏସ୍‌ଇ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୋର୍ଡ ଅଧ୍ୟକ୍ଷ ମନୋଜ ଆହୁଜା ସୂଚନା ଦେଇଛନ୍ତି।

Comments are closed.