ତାମିଲନାଡ଼ୁରେ ତଦନ୍ତ କରିବାକୁ ହେଲେ ସରକାରଙ୍କ ଅନୁମତି ଲୋଡ଼ା

ଚେନ୍ନାଇ: ରାଜ୍ୟ କିମ୍ବା ରାଜ୍ୟରେ ରହୁଥିବା ଲୋକଙ୍କ ବିରୋଧରେ ସିବିଆଇ ନିଜ ଇଚ୍ଛାରେ ଆଉ ତଦନ୍ତ କରିପାରିବ ନାହିଁ । ତାମିଲନାଡ଼ୁରେ ସିବିଆଇ ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ତଦନ୍ତ ପାଇଁ ସିବିଆଇ ସହ ଥିବା ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଛନ୍ତି ତାମିଲନାଡୁ ସରକାର। ତଦନ୍ତ ପାଇଁ ପ୍ରଥମେ ସିବିଆଇକୁ ତାମିଲନାଡୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ, ନ ହେଲେ ତଦନ୍ତ କରିପାରିବ ନାହିଁ। ସୂଚନାଯୋଗ୍ୟ ଯେ, ପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ମଧ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ ।

Comments are closed.