www.samajalive.in
Sunday, December 7, 2025
14.1 C
Bhubaneswar

ଆୟକର ବିଭାଗରୁ ରିଫଣ୍ଡ ପାଇଲେଣି କି ? ଯଦି ନା, ତେବେ ଜାଣନ୍ତୁ କେମିତି ପାଇବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରଦାତାମାନଙ୍କୁ ରିଫଣ୍ଡ ପ୍ରଦାନ କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୯ ଲକ୍ଷ କରଦାତାଙ୍କୁ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା ଫେରସ୍ତ (ରିଫଣ୍ଡ) କରାଯାଇଛି। ଏଥିରେ ବ୍ୟକ୍ତିଗତ ଆୟକର ଫେରସ୍ତ ମଧ୍ୟ ସାମିଲ ଅଛି ବୋଲି ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି।

Image Courtesy: wikipedia

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ୨୦୨୦ ଏପ୍ରିଲ ୧ରୁ ଡିସେମ୍ବର ୮ ସୁଦ୍ଧା ୮୯ ଲକ୍ଷ ୨୯ ହଜାରରୁ ଅଧିକ କରଦାତାଙ୍କୁ ୧ ଲକ୍ଷ ୪୫ ହଜାର ୬୧୯ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି। କରୋନା ମହାମାରୀ ସମୟରେ ସରକାରଙ୍କ ଏହି ପଦକ୍ଷେପ କରଦାତାମାନଙ୍କୁ ବଡ଼ ଆଶ୍ଵସ୍ତ ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭରଶୀଳ ଭାରତ ଯୋଜନାର ଘୋଷଣା କରିବା ପରେ ଅର୍ଥ ଫେରସ୍ତ ପ୍ରକ୍ରିୟା ତ୍ଵାରାନ୍ବିତ ହୋଇଛି। କୌଣସି କରଦାତାଙ୍କୁ ଫେରସ୍ତ ପାଇଁ ଆୟକର ବିଭାଗକୁ ଆବେଦନ କରିବାକୁ ପଡ଼ିନାହିଁ।

- Advertisement -

କେମିତି ପାଇବେ ରିଫଣ୍ଡ ?

ସିବିଡିଟି ପକ୍ଷରୁ କୁହାଯାଇଛି ଯେ, ସମସ୍ତ କରଦାତା ତୁରନ୍ତ ଇ-ମେଲ୍‌ର ଜବାବ ଦିଅନ୍ତୁ, ଯାହାଫଳରେ ଯେଉଁମାନଙ୍କୁ ଫେରସ୍ତ ମିଳିନାହିଁ, ସେମାନଙ୍କୁ ବି ଏହାର ଲାଭ ମିଳିପାରିବ। ସମସ୍ତ ପ୍ରକ୍ରିୟା ଅନ୍‌ଲାଇନ୍‌ରେ କରାଯାଉଛି।

କରଦାତାମାନେ ଆୟକର ଫେରସ୍ତର ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍ କିମ୍ବା ଏନଏସଡିଏଲର ୱେବସାଇଟ୍ ପରିଦର୍ଶନ କରିପାରିବେ। ତଥାପି ଫେରସ୍ତ ପାଇଁ ବ୍ୟାଙ୍କ୍‌ ଆକାଉଣ୍ଟ ପାନ୍‌ ସହିତ ଲିଙ୍କ୍‌ ହେବା ଜରୁରୀ। ୨୦୧୯ ମାର୍ଚ୍ଚ ୧ରୁ କେବଳ ଇ-ଫେରସ୍ତ ପ୍ରଦାନ କରାଯିବ ବୋଲି ଆୟକର ବିଭାଗ ଘୋଣୋ କରିଛି। ଏହା କେବଳ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ, ଯାହା ପାନ୍‌ କାର୍ଡ ସହିତ ସଂଯୁକ୍ତ ହୋଇଥିବ ଏବଂ ବିଭାଗର ଇ-ଫାଇଲିଂ ପୋର୍ଟାଲ ଦ୍ବାରା ଯାଞ୍ଚ ହୋଇଥିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories