www.samajalive.in
Saturday, December 6, 2025
26.1 C
Bhubaneswar

ଗତବର୍ଷ ଲକ୍‍ଡାଉନ ସମୟରେ ଉଡାଣ ବାତିଲ ପାଇଁ ଯାତ୍ରୀଙ୍କୁ ଅର୍ଥ ଫେରାଅ:ବିମାନ କମ୍ପାନୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ କାରଣରୁ ଗତବର୍ଷ ଭାରତରେ ଦୀର୍ଘକାଳ ବିମାନ ସେବା ବ୍ୟାହତ ହୋଇଥିଲା। ବିମାନ ଯାତ୍ରା କରିବା ପାଇଁ ଯେଉଁମାନେ ଆଗୁଆ ଟିକେଟ ବୁକିଂ କରିଥିଲେ, ସେମାନଙ୍କର ଅର୍ଥ ତୁରନ୍ତ ଫେରାଇବାକୁ କେନ୍ଦ୍ର ସରକାର ବିମାନ ଚଳାଚଳ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଦିନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଚଳାଚଳ କମ୍ପାନୀଗୁଡିକ ଲକ୍‍ଡାଉନ କାରଣରୁ ଉଡାଣ କରିପାରିନଥିବା ଯାତ୍ରୀମାନଙ୍କର ଟିକେଟ ବୁକିଂ ବାବଦ ଅର୍ଥ ଫେରସ୍ତରେ ବିଳମ୍ବ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଣ କରିଛି। ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇ ଲକ୍‍ଡାଉନ ସମୟରେ ବିମାନ ଉଡାଣ ବନ୍ଦ କାରଣରୁ ଯାତ୍ରା କରିପାରିନଥିବା ଯାତ୍ରୀମାନଙ୍କର ଟିକଟ ବାବଦ ଅର୍ଥ କେତେକ ବିମାନ ଚଳାଚଳ କମ୍ପାନୀ ଫେରସ୍ତ କରିନଥିବା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ଏକ କ୍ରେଡିଟ ସେଲ ସ୍ଥାପନ କରାଯାଇ ଉକ୍ତ ଯାତ୍ରୀମାନଙ୍କୁ ଭବିଷ୍ୟତରେ ଯାତ୍ରା କରିବା ପାଇଁ ପୂର୍ବର ପିଏନଆର ନମ୍ବର ଆଧାରରେ କ୍ରେଡିଟ ନୋଟ ଯୋଗାଇଦେବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
ଇତିମଧ୍ୟରେ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଗୋ ଏୟାର ଏବଂ ଇଣ୍ଡିଗୋ ବିମାନ ଚଳାଚଳ କମ୍ପାନୀ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରିଥିବା ବିଷୟ ମନ୍ତ୍ରଣାଳୟକୁ ଅବଗତ କରାଇଛନ୍ତି। ସୁପ୍ରିମ କୋର୍ଟ ମାର୍ଚ୍ଚ ୩୧ ପରେ ଯାତ୍ରୀମାନଙ୍କୁ ସମସ୍ତ ଅର୍ଥ ଫେରସ୍ତ କରିବା ଏବଂ କ୍ରେଡିଟ ଶେଲ କ୍ଲିୟର କରିବାକୁ ଆଦେଶ ଦେଇଥିଲେ। ତେବେ ସ୍ୱଳ୍ପ ମୂଲ୍ୟରେ ବିମାନ ସେବା ଯୋଗାଉଥିବା ବିମାନ ଚଳାଚଳ କମ୍ପାନୀ ସ୍ପାଇଶ ଜେଟ ଯାତ୍ରୀମାନଙ୍କୁ ଏପର୍ଯ୍ୟନ୍ତ ଅର୍ଥ ଫେରସ୍ତ କରିନାହିଁ। କିନ୍ତୁ ଏହା ସମସ୍ତ ଭ୍ରମଣ ସହଯୋଗୀଙ୍କ ନିକଟକୁ ପତ୍ରଲେଖି କେଉଁ ଯାତ୍ରୀମାନଙ୍କର ଅର୍ଥ ବାକି ଅଛି ତାହାର ପିଏନଆର ନମ୍ବର ସହିତ ଜଣାଇବାକୁ କହିଛି। ଏହାପରେ ଯାତ୍ରୀମାନଙ୍କର ଅର୍ଥ ଫେରସ୍ତ ଦିଗରେ ପଦକ୍ଷେପ ନିଆଯିବ ବୋଲି କମ୍ପାନୀ କହିଛି। ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ ମଧ୍ୟ ଏବେସୁଦ୍ଧା ସମସ୍ତ ଯାତ୍ରୀଙ୍କର ଅର୍ଥ ଫେରସ୍ତ କରିନାହିଁ। ଏହା ପ୍ରାୟ ୫ଲକ୍ଷ ୨୫ହଜାର ଯାତ୍ରୀଙ୍କର କ୍ରେଡିଟ ସେଲ କ୍ଲିୟର କରିଛି, ଯାହାର ପରିମାଣ ପ୍ରାୟ ୨୦୦୦ କୋଟି ଟଙ୍କା। ଅବଶିଷ୍ଟ ଯାତ୍ରୀଙ୍କ ଅର୍ଥ ଏହା ଫେରସ୍ତ କରିବ ବୋଲି ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories