ଅଜବ ନିୟମ; ହେଲମେଟ ପିନ୍ଧିନଥିବାରୁ ଫାଇନ ଦେଲେ କାର ଚାଳକ

0

ଉତ୍ତରପ୍ରଦେଶ: ଦେଶରେ ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଛି । ନୂତନ ଟ୍ରାଫିକ ନିୟମକୁ ନେଇ ସାରା ଭାରତରେ ଚର୍ଚ୍ଚା ଲାଗିରହିଛି। ଚର୍ଚ୍ଚା ଲାଗିରହିବା ବି ସ୍ୱଭାବିକ କାରଣ ନୂତନ ଟ୍ରାଫିକ ନିୟମରେ ପୂର୍ବ ଫାଇନ ଯାହାଥିଲା ତାହା ୧୦ ଗୁଣା ବଢିଯାଇଛି। ଏହାସହ ନୂତନ ଟ୍ରାଫିକ ନିୟମ ଲାଗୁ ହେବା ପରେ ଆମ ପୁଲିସ ଭାଇ ମାନେ ରେଡ୍ଡି ମାର୍କା ଭାବେ ଚଳାଇଛନ୍ତି ଚେକିଂ।ଛକ କୁ ଛକ ଚେକିଂ ଖସିକି ଯିବାର ଟିକେବି ସୁବିଧା ନାହିଁ। ଯେଉଁ ଗାଡିଚାଳକ ଟିକେ ଅଧୀକ ବୁଦ୍ଧି ପ୍ରୟୋଗ କରି ଟ୍ରାଫିକ ପୁଲିସଠୁ ବଞ୍ଚିକିଯିବା ପାଇଁ ଗଳି ରୋଡ କିମ୍ବା କଲୋନି ରୋଡରେ ଯାଉଥିଲେ ସେମାନେ ବି ନାକେଦମ କାରଣ କଲୋନି ରୋଡରେ ବି ପୁଲିସ ମାମୁଁ ହାଜର। ବଡ ଗାଡିଠାରୁ ଆରମ୍ଭକରି କାର ,ଅଟୋ ଆଉ ବାଇକ କେହିବି ତ୍ରାହି ପାଉନାହାନ୍ତି ଟ୍ରାଫିକ ନଜରରୁ। ନୂଆ ନିୟମ ପରେ ସାରା ଦେଶରେ ଏମିତି କିଛି ଖବର ଆସୁଛି ଯାହା ତାଜୁବ କରୁଛି।କେଉଁଠି ଗାଡିର ଦାମ ୧୫ ହଜାର ଥିବାବେଳ ଫାଇନ ପଡୁଛି ୪୫ ହଜାର ତ ଆଉଁ କେଉଁଠି ଫାଇନର ପରିମାଣ ଦେଖି ଗାଡି ଚାଳକ ଗାଡିରେ ନିଆଁ ଲଗାଇ ଦେଉଛନ୍ତି। ଏହିକ୍ରମରେ ଉତ୍ତରପ୍ରଦେଶର ବରେଲିରେ ଏକ କାର ଚାଳକଙ୍କୁ ହେଲମେଟ ପିନ୍ଧିନଥବା କାରଣରୁ ଦେବାକୁ ପଡିଛି ଫାଇନ। ବରେଲିର ଜଣେ ବ୍ୟବସାୟୀ କାର ନେଇଯାଉଥିବା ସମୟରେ ଟ୍ରାଫିକ ପୁଲିସ ତାଙ୍କୁ ଅଟକାଇ ଚେକିଂ କରିବା ସହ ତାଙ୍କ ଉପରେ ଫାଇନ ପକାଇଥିଲେ। ଟ୍ରାଫିକ ପୁଲିସ ଫାଇନ କାଟିବାପରେ ଦେଇଥବା ରସିଦରେ ହେଲମେଟ ପିନ୍ଧି ନଥିବା କାରଣରୁ ତାଙ୍କ ଉପରେ ୫୦୦ ଟଙ୍କାର ଜୋରିମାନା ପକାଇଥିଲେ। ବ୍ୟବସାୟୀ ଜଣଙ୍କ କ୍ରେଟା କାର ଚଳାଉଥିବା ବେଳେ ତାଙ୍କ ଫାଇନ ରସିଦରେ ଏକ ସ୍କୁଟିର ନମ୍ବର ପଡିଥିଲା।ଯାହାକୁ ଦେଖି ବ୍ୟବସାୟୀ ଜଣଙ୍କ ଅବାକ ହୋଇଯାଇଥିଲେ। ଏହାପରେ ବ୍ୟବସାୟୀ ଜଣଙ୍କ ଘଟଣା ସମ୍ପର୍କରେ ଟ୍ରାଫିକ ଏସପିଙ୍କ ସୁଭାଷ ଚନ୍ଦ୍ର ଗଙ୍ଗୱାରଙ୍କ ନିକଟରେ ଫେରାଦ ହୋଇଥିଲେ।

prayash

ଏସପି ଘଟଣାର ତଦନ୍ତ କରିବାପରେ କହିଛନ୍ତି ଯେ ଏହି ଘଟଣା ଯାନ୍ତ୍ରିକ ତୃଟି ଯୋଗୁ ହୋଇଛି ଏବଂ ସେ ଏହି ଘଟଣାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

kalyan agarbati
Leave A Reply