ବର୍ତ୍ତମାନ ଦେଶରେ କ୍ୟାନସର ଏକ ସଂକ୍ରାମକ ରୋଗ ପରି ବ୍ୟାପିବାରେ ଲାଗିଛି। ସବୁଠାରୁ ଦୁର୍ଭାଗ୍ୟର କଥା ଯେ, ପ୍ରାୟ ଲୋକ କ୍ୟାନସରର ଶେଷ ଅବସ୍ଥାରେ ପହଞ୍ଚିଲା ପରେ ଏହି ବିଷୟରେ ଜାଣିଥାନ୍ତି। ଶେଷ ସମୟରେ ଏହି ରୋଗର କୌଣସି ଚିକିତ୍ସା ସମ୍ଭବପର ହୋଇନଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, କ୍ୟାନସର ଠାରୁ ଦୂରେଇ ରହିବା ପାଇଁ ନିଜେ ସଚେତନ ହେବା ଉଚିତ। ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ।
ସର୍ବଦା ଖାଦ୍ୟରେ ଗ୍ରିନ-ଟି, ହଳଦୀ, ବେଦେନା ଏବଂ ଫୁଲକୋବି ପରି ଭିଟାମିନ ଯୁକ୍ତ ଫଳ ଓ ପନିପରିବା ଖାଆନ୍ତୁ।
ଖରାପ କିମ୍ବା ବାସୀ ଖାଦ୍ୟ ଖାଇବା ଯୋଗୁଁ ମଧ୍ୟ କ୍ୟାନସର ହୋଇଥାଏ। ତେଣୁ ବାସୀ ଖାଦ୍ୟ ଖାଆନ୍ତୁ ନାହିଁ।
ଖରାପ ଖାଦ୍ୟ ଖାଇବା ଦ୍ୱାରା କେବଳ କ୍ୟାନସର ନୁହେଁ ଅନେକ ରୋଗ ମଧ୍ୟ ହୋଇଥାଏ। ତେଣୁ ସର୍ବଦା ନିଜ ଖାଦ୍ୟ ଓ ପାନୀୟ ଉପରେ ସଚେତନ ରୁହନ୍ତୁ। କାରଣ ଖାଦ୍ୟ ଓ ପାନୀୟର ପ୍ରଭାବ ଆମ ଶରୀର ଉପରେ ଖୁବ ଶୀଘ୍ର ପଡିଥାଏ।
ଏହି ଖାଦ୍ୟରୁ କ୍ୟାନସର ହୋଇଥାଏ
Popular Categories



