www.samajalive.in
Monday, December 15, 2025
27.1 C
Bhubaneswar

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର

ଡେସ୍କ: ୨୦୨୪ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିବା ପରେ ବାକି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମହାମେଣ୍ଟ ଓ ଏନଡିଏ ସମେତ ସମସ୍ତ ରାଜନୈତିକ ଦଳର ବରିଷ୍ଠ ନେତା ଓ ଷ୍ଟାର ପ୍ରଚାରକମାନେ ଦେଶବ୍ୟାପୀ ଏକାଧିକ ରାଲି କରୁଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରଚାର ପାଇଁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ନେତାମାନେ ଭୋଟରମାନଙ୍କୁ ନିଜ ଆଡକୁ ଅରିଷ୍ଟେ କରିବା ଲାଗି ସାଧ୍ୟମତେ ଚେଷ୍ଟା ଚଳାଇଛନ୍ତି।

‘ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

- Advertisement -

.ଏହି ପର୍ଯ୍ୟାୟରେ କେରଳର ୨୦ଟି, କର୍ଣ୍ଣାଟକର ୨୮ଟି ଆସନରୁ ୧୪ଟି, ରାଜସ୍ଥାନର ବାକି ୧୩ଟି, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ, ମଧ୍ୟପ୍ରଦେଶର ୭ଟି, ଆସାମ ଓ ବିହାରର ୫ଟି ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ଟି ଲେଖାଏଁ ଆସନରେ ମତଦାନ ହେବ। ତ୍ରିପୁରା ଓ ଜମ୍ମୁ-କଶ୍ମୀରରେ ଗୋଟିଏ ଲେଖାଏଁ ଆସନ ରହିଛି। ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦୀ ଗତକାଲି ମହାରାଷ୍ଟ୍ରର ନାନ୍ଦେଡ଼ ଓ ପରଭାନୀ ଏବଂ କର୍ଣ୍ଣାଟକର ଚିକ୍କାବଲ୍ଲାପୁର ଓ ବେଙ୍ଗାଲୁରୁରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିବା ସହ ଲୋକଙ୍କ ଆଶୀର୍ବାଦ ନେବାକୁ ଆସିଥିବା ସେ କହିଥିଲେ।

ମହାବୀର ଜୟନ୍ତୀରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କେରଳରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ) ଅଭିଯାନର ଏକ ଅଂଶ ଭାବରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏରିଆଦରେ ଏକ ସଭାକୁ ସମ୍ବୋଧିତ କରିଥିଲେ। ପ୍ରିୟଙ୍କା ଗାନ୍ଧି ମଧ୍ୟ ପଥାନମଥିଟ୍ଟାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶର ମଥୁରାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ବରିଷ୍ଠ ବିଜେପି ନେତା ଅମିତ ଶାହ କହିଥିଲେ ଯେ ଏଥର ଉତ୍ତରପ୍ରଦେଶର ଜନତା ସମସ୍ତ ୮୦ଟି ଆସନରେ ବିଜେପିକୁ ବିଜୟୀ କରାଇବେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅମରୋହାରେ ଏକ ରାଲିରେ ଯୋଗଦେଇ କହିଥିଲେ ଯେ ଯଦି ଆଇଏନଡିଆଇ ମେଣ୍ଟ ସରକାର ଗଠନ ହୁଏ ତେବେ କୃଷକଙ୍କ ଋଣ ଛାଡ କରାଯିବ।

ଟ୍ରକ୍-ଭ୍ୟାନ୍ ଧକ୍କା: ୯ ମୃତ, ଜଣେ ଗୁରୁତର

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories