www.samajalive.in
Monday, December 8, 2025
20.1 C
Bhubaneswar

ମହାବୀର ଜୟନ୍ତୀରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଡେସ୍କ: ମହାବୀର ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ତାଙ୍କ ବାର୍ତ୍ତାରେ ଭଗବାନ ମହାବୀରଙ୍କ ଶିକ୍ଷାକୁ ଗ୍ରହଣ କରିବା ସହ ସମସ୍ତ ଜୀବଜନ୍ତୁଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ନାଗରିକମାନଙ୍କୁ ନିବେଦନ କରିଛନ୍ତି। ଭଗବାନ ମହାବୀର ତ୍ୟାଗ, କରୁଣା ଓ ସମ୍ବେଦନଶୀଳତାର ପ୍ରତିମୂର୍ତ୍ତି ବୋଲି ସେ କହିଛନ୍ତି। ତାଙ୍କ ସଂଯମ, ନୈତିକତା ଓ ଅହିଂସାର ଶିକ୍ଷା ଆଜି ବି ପ୍ରାସଙ୍ଗିକ ବୋଲି ସେ କହିଛନ୍ତି।

‘ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

- Advertisement -

ଉପରାଷ୍ଟ୍ରପତି ଧନକଡ଼ କହିଛନ୍ତି ଯେ ଭଗବାନ ମହାବୀର ଆମକୁ ଏକ ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ସମାଜ ଗଠନ ଦିଗରେ ମାର୍ଗ ଦେଖାଇଛନ୍ତି। ନିଜ ଆଦର୍ଶ ପ୍ରତି ପ୍ରତିଶ୍ରୁତିବଦ୍ଧ ହେବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଶାନ୍ତି, ସଂଯମ ଓ ସଦ୍ଭାବନା ସହ ଜଡ଼ିତ ଭଗବାନ ମହାବୀରଙ୍କ ବାର୍ତ୍ତା ବିକଶିତ ଭାରତ ଗଠନରେ ଦେଶ ପାଇଁ ପ୍ରେରଣା ବୋଲି ଶ୍ରୀ ମୋଦୀ କହିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories