bjd gruha runa banner

ଟ୍ରକ୍-ଭ୍ୟାନ୍ ଧକ୍କା: ୯ ମୃତ, ଜଣେ ଗୁରୁତର

bjd  ek lkhya koti banner

ରାଜସ୍ଥାନ: ରାଜସ୍ଥାନ ଝାଲାଓ୍ବାଡରେ ଭ୍ୟାନ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।  ମଧ୍ୟପ୍ରଦେଶର ଖିଲଚିପୁରରୁ ବାହାଘର ସାରି ଫେରୁଥିବାବେଳେ ୫୨ନମ୍ବର ଜାତୀୟ ରାଜପଥ ଅକଲେରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭ୍ୟାନଟି ପୁରା ଚୂନା ହୋଇଯାଇଛି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଡାକ୍ତରଖାନାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Comments are closed.