www.samajalive.in
Saturday, December 6, 2025
26.1 C
Bhubaneswar

ବିବାହରେ ଯୌତୁକ ନ ନେବାକୁ ଶପଥପତ୍ର ଦାଖଲ କରିବେ ସରକାରୀ କର୍ମଚାରୀ

ବାରାଣସୀ: ଯୌତୁକ ଉପରେ ଲଗାମ ଲଗାଇବା ପାଇଁ ସରକାରୀସ୍ତରରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରୀ ସେବାରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ନିଜ ବିବାହରେ ଆଉ ଯୌତୁକ ନେଇପାରିବେ ନାହିଁ। ସେମାନଙ୍କୁ ସେମାନଙ୍କର ନିଯୁକ୍ତି କର୍ତ୍ତୃପକ୍ଷଙ୍କୁ ବିବାହର ସମୟ ଉଲ୍ଲେଖ କରି ଏକ ଶପଥପତ୍ର ଦେବାକୁ ପଡିବ ଯେ, ସେମାନେ ନିଜ ବାହାଘରରେ କୌଣସି ଯୌତୁକ ନେଇ ନାହାନ୍ତି। ଉତ୍ତରପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ଯୌତୁକ ନିୟନ୍ତ୍ରଣ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେଉଛି। ବାରାଣସୀର ଶିକ୍ଷକମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି, ସେମାନେ  ଯୌତୁକ ନେବେନାହିଁ ଏବଂ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଏଭଳି କରିବାକୁ ଅନୁପ୍ରେରିତ କରିବେ। ଯୌତୁକ ନିଷେଧ ନିୟମ ୨୦୦୪କୁ କଡାକଡ଼ି ଭାବେ କାର୍ଯ୍ୟକାରୀ କରିବାରେ ଉତ୍ତରପ୍ରଦେଶ ସରକାର ସକ୍ରିୟ ହୋଇପଡ଼ିଛନ୍ତି।

ମହିଳା କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସନ୍ଦୀପ କୌର ସମସ୍ତ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରୀ କର୍ମଚାରୀଙ୍କଠାରୁ ଏନେଇ ଏକ ଶପଥପତ୍ର ନିଆଯାଊ। ଏଥିପାଇଁ ନିର୍ଦ୍ଧାରିତ ଫର୍ମାଟରେ ଶପଥପତ୍ର ପୂରଣ କରିବାକୁ ପଡ଼ିବ, ଯେଉଁଥିରେ ଏହା ସ୍ପଷ୍ଟ ହେବା ଆବଶ୍ୟକ ଯେ ସେ ବିବାହ ସମୟରେ କିମ୍ବା ପରେ ଯୌତୁକ ନେଇ ନାହାନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories