www.samajalive.in
Sunday, December 7, 2025
26.1 C
Bhubaneswar

ଉଠା ଜଳସେଚନ ପ୍ରକଳ୍ପ ଅଚଳ, ୧୦୦ ଏକର ପରିବା ଫସଲ ଉଜୁଡିବା ଆଶଙ୍କା

ଆଠଗଡ଼: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ କଟକିଆସାହି ପଞ୍ଚାୟତରେ ୨ଟି ଉଠାସେଚ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ପ୍ରାୟ ଶହେ ଏକରରୁ ଅଧିକ ଚାଷଜମିରେ କରାଯାଇଥିବା ପରିବା ଫସଲ ଉଜୁଡିଯିବା ଆଶଙ୍କାରେ ଚାଷୀକୂଳ ଚିନ୍ତାରେ ରହିଛନ୍ତି। କଟକିଆସାହି ପଞ୍ଚାୟତବାସୀ ଚାଷବାସ ଉପରେ ନିର୍ଭରଶୀଳ ଏବଂ ବିଶେଷକରି ପରିବା ଫସଲ କରି ସେମାନେ ବର୍ଷ ଯାକର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ସାପୁଆନଦୀରୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ସେଠାରେ ଥିବା ଚାଷଜମି ଜଳସେଚିତ ହୋଇଥାଏ। ଗତ ୨ଦିନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଏହିପରି ୨ଟି ଯାକ ଜଳସେଚନ ପ୍ରକଳ୍ପର ପାଣି ମଟର ଖରାପ ହୋଇଯିବାରୁ ଏବେ ଚାଷୀଙ୍କ ପାଇଁ ଜଳସେଚନ ଏକ ବଡ ସମସ୍ୟା ହୋଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଚାଷୀମାନେ କଲରା, ଜହ୍ନି, ଝୁଡଙ୍ଗ, କାକୁଡି, ବାଇଗଣ, କାଙ୍କଡ, ପୋଟଳ ଓ ମକା ଫସଲ ବିହନ ଲଗାଇଛନ୍ତି। ଏବେ ବିହନ ଚାରା ହୋଇ ଛୋଟ ଛୋଟ ଗଛ ଉଠିଥିବାବେଳେ ଜଳସେଚନ ଅଭାବରୁ ସେଗୁଡିକ ଏହି ପ୍ରଚଣ୍ଡ ଖରାରେ ପୋଡିଜଳି ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। କଟକିଆସାହିର ମା ମତ୍ସ୍ୟଦେବୀ ୨ନଂ ପାଣି ପଞ୍ଚାୟତ ଓ ପଟୁମାଳ ପାଣି ପଞ୍ଚାୟତ ଅଧିନରେ ଥିବା ୨ଟି ଯାକ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ଚାଷୀକୂଳ ଚିନ୍ତାରେ ରହିଥିବାବେଳେ ଆଠଗଡ଼ ଉଠାଜଳସେଚନ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଏ ସଂପର୍କରେ ପ୍ରାୟ ୫୦ଜଣ ମହିଳା ଓ ପୁରୁଷ ଚାଷୀ ଶନିବାର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ କଟକିଆସାହି ଚାଷୀଙ୍କ ସମସ୍ୟା ଜାଣିବା ପରେ ତୁରନ୍ତ ଆଠଗଡ଼ ଉଠାଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ମିଶ୍ରଙ୍କୁ ଟେଲିଫୋନ କରି ଅଚଳ ଦୁଇ ପ୍ରକଳ୍ପର ପାଣି ମଟର ଯଥାଶୀଘ୍ର ମରାମତି କରି କାର୍ଯ୍ୟକ୍ଷମ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କରେ ଆମ ପ୍ରତିନିଧି ଉଠାସେଚ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପ୍ରତିକ୍ରିୟା ପଚାରିବାରୁ ସେ ନିୟମାନୁଯାୟୀ ପାଣି ପଞ୍ଚାୟତ ଚାଷୀଙ୍କଠାରୁ ଜଳକର ଆଦାୟ କରି ବିଦ୍ୟୁତ ଦେୟ ପୈଠ କରିବା ଓ ପମ୍ପ ଆଦି ମରାମତି କରିବା କଥା ବୋଲି କହିଥିଲେ। ତଥାପି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାରୁ ବିଭାଗ ତରଫରୁ ଅଚଳ ପମ୍ପ ଦୁଇଟିକୁ ୩-୪ ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories