www.samajalive.in
Sunday, December 14, 2025
23.1 C
Bhubaneswar

ମାର୍ଚ୍ଚ ଯାଏ ମାଗଣା ରାସନ, କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)ର ଅବଧିକୁ ଆଉ ୪ମାସ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର କ୍ୟାବିନେଟ ଯୋଜନାର ଅବଧି ବୃଦ୍ଧି ନିଷ୍ପତ୍ତିକୁ ଅନୁମୋଦନ କରିଛି। ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦେଶର ଗରିବ ଲୋକଙ୍କୁ ମୁଣ୍ଡପିଛା ମାସିକ ୫କିଲୋ ଲେଖାଏଁ ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ମାଗଣାରେ ମିଳିବ। କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ୨୦୨୦ ଏପ୍ରିଲରୁ ପର୍ଯ୍ୟାୟ କ୍ରମେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେଇଆସୁଛନ୍ତି। କ୍ରମାଗତ ୫ମ ଥର ପାଇଁ ଏହି ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି। ୫ମ ପର୍ଯ୍ୟାୟରେ ଯୋଜନାର ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଖାଦ୍ୟ ରିଆତି ବାବଦକୁ ଅତିରିକ୍ତ ୫୩,୩୪୪.୫୨ କୋଟି ଟଙ୍କା ଦେବାକୁ ପଡିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫଏସ୍‌ଏ) ଅଧୀନରେ ପଞ୍ଜିକୃତ ଦେଶର ପ୍ରାୟ ୮୦ ଗରିବ ଲୋକଙ୍କୁ ମାସିକ ୫ କିଲୋ ଲେଖାଏଁ ଖାଦ୍ୟ ଶସ୍ୟ (ଗହମ ଓ ଚାଉଳ) ରିଆତି ଦରରେ ଯୋଗାଇ ଦିଆଯାଉଛି। କରୋନା ପାଇଁ ଏହି ଖାଦ୍ୟଶସ୍ୟକୁ ଏବେ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories