www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପି ଯୁବମୋର୍ଚ୍ଚା ସଭାପତି ଗିରଫ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଡ଼ଦାଣ୍ଡ ଦେଇ ଯିବାବେଳେ ବିଜେପି ପକ୍ଷରୁ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି। ବିଜେପି ଜିଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶଙ୍କୁ କୁମ୍ଭାରପଡ଼ା ପୁଲିସ ଗିରଫ କରିଛି। ରାସ୍ତାରୁ ତାଙ୍କୁ ଟେକିନେଇ ପୁଲିସ ଥାନା ଭିତରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ବିଜେପି ପକ୍ଷରୁ ଥାନା ଘେରାଉ ସହ ରାସ୍ତାରେ ଧାରଣା ଦିଆଯାଇଥିଲା।

ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ଜିଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ପ୍ରତିବାଦ କରି ଥାନା ସମ୍ମୁଖ ରାସ୍ତାରେ ଟାୟାର ଜାଳି ସେମାନେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ। ଯୁବମୋର୍ଚ୍ଚା ସଭାପତି ଜୟନ୍ତଙ୍କୁ ମାଡ଼ ମାରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଜୟନ୍ତଙ୍କୁ ନିଃସର୍ତ୍ତରେ ଛାଡ଼ିଦେବାକୁ ସେମାନେ ଦାବି କରିଛନ୍ତି। ଆଉକିଛି ବିଜେପି କର୍ମୀଙ୍କ ବିରୋଧରେ ପୁଲିସ ମକଦ୍ଦମା ରୁଜୁ କରିଥିବା ଜଣାପଡ଼ିଛି। ସେହିପରି ଜୟନ୍ତଙ୍କୁ ମାଡ଼ ମାରିଥିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ଇନ୍ସପେକ୍ଟର ବିଚିତ୍ରାନନ୍ଦ ସେଠୀଙ୍କ ବିରୋଧରେ ଯୁବମୋର୍ଚ୍ଚା ଜିଲା କୋଷାଧ୍ୟକ୍ଷ ସଂଗ୍ରାମ ପରିଡ଼ା ଲିଖିତ ଏତଲା ଦେଇଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories