www.samajalive.in
Sunday, December 14, 2025
23.1 C
Bhubaneswar

ଦଶମ, ଏକାଦଶ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ

ଭୁବନେଶ୍ବର: ଏଣିକି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ଦଶମ,ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ମେଡିକାଲ, ଇଞ୍ଜିନିୟରିଂ, କ୍ଲାଟ୍‌, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଆଇନ ଭଳି ପାଠ୍ୟକ୍ରମରେ ପ୍ରଶିକ୍ଷଣ (କୋଚିଂ)। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଦେଶର ଅଗ୍ରଣୀ ସଂସ୍ଥା ‘ଅନ୍‌ ଏକାଡେମୀ’ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଆଜି ଅପରାହ୍ଣରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ ଆୟୁକ୍ତ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଅନ୍‌ ଏକାଡେମୀ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ମାନସିକ ଦକ୍ଷତାର ବିକାଶ,ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଓ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା ନିମନ୍ତେ ପ୍ରଶିକ୍ଷଣ ଦେବ।

ଏହି ବୁଝାମଣାପତ୍ର ଦ୍ବାରା ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପଢୁଥିବା ଦଶମ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏହି ଅନୁଷ୍ଠାନ ଦ୍ବାରା ପ୍ରତ୍ୟକ୍ଷ ଭାବରେ ଅନ୍‌ଲାଇନ୍‌(ସଞ୍ଚାର ଜରିଆ)ରେ ଦେଶର ସୁନାମଧନ୍ୟ ଏବଂ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ଶିକ୍ଷକଙ୍କଠାରୁ ଶିକ୍ଷାଦାନ ପାଇବାର ସୁଯୋଗ ପାଇବେ। ବୁଝାମଣାପତ୍ରର ଅବଧି ୩ ବର୍ଷ ରହିଛି। ବର୍ଷକୁ ହଜା‌େର ଛାତ୍ରଛାତ୍ରୀ ପ୍ରଶିକ୍ଷଣ ସୁଯୋଗ ପାଇପାରିବେ ବୋଲି ଭନ୍ନୟନ ଆୟୁକ୍ତ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସଂସ୍ଥାର ପ୍ରୟାସକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା‌ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା ଓ ଅନ୍ୟ ଏକାଡେମୀ ପକ୍ଷରୁ ବରିଷ୍ଠ ଉପସଭାପତି ଜୟନ ମୋଦୀ ଉକ୍ତ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories