www.samajalive.in
Tuesday, December 9, 2025
19.1 C
Bhubaneswar

ବ୍ଲକ କ୍ରୀଡା ସଂସଦ ପକ୍ଷରୁ ୨ କ୍ରୀଡା ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଠଗଡ: ଆଠଗଡ ବ୍ଲକ କ୍ରୀଡା ସଂସଦ ପକ୍ଷରୁ ବୁଧବାର ଧୁରୁଷିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ୨ଟି ବିଦ୍ୟାଳୟର ୨ଜଣ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଧୁରୁଷିଆ ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୈକୁଣ୍ଠ ଚରଣ ବିଶ୍ୱାଳଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଘଣ୍ଟିଖାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଲାଇଲୋ ସ୍ଥିତ ଅନନ୍ତ ଦଳାଇ ସ୍ମୃତି ବିଦ୍ୟାପୀଠର କ୍ରୀଡା ଶିକ୍ଷକ ସୟଦ କମର ଅଲ୍ଲୀ ଓ ମଞ୍ଚେଶ୍ୱରସ୍ଥିତ ଧବଳେଶ୍ୱର ବିଦ୍ୟାପୀଠର କ୍ରୀଡା ଶିକ୍ଷକ ବ୍ରଜ କିଶୋର ମଲ୍ଲିକଙ୍କର ବିଦ୍ୟାଳୟସ୍ତରରେ କ୍ରୀଡା ପ୍ରତି ଥିବା ଅବଦାନ ସଂପର୍କରେ ଆଲୋକପାତ କରିବା ସହ ତାଙ୍କର ଅବସରକାଳୀନ ଜୀବନ ସୁସ୍ଥ, ନିରାମୟ ଓ ସୁଖମୟ ହେଉ ବୋଲି କାମନା କରିଥିଲେ। ଆଠଗଡ ବ୍ଲକ କ୍ରୀଡା ସଂସଦ ସଂପାଦକ ବିଜୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ବହୁ ଶିକ୍ଷକ ବିଶେଷକରି କ୍ରୀଡା ଶିକ୍ଷକ ଯୋଗଦାନ କରି ଉଦ୍‍ବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶାରୀରିକ ଶିକ୍ଷା ଶିକ୍ଷକ ରବିନାରାୟଣ ମହାନ୍ତି ଓ ନିଳମଣି କଅଁର ସହଯୋଗ କରିଥିବା ବେଳେ ଗୌରାଙ୍ଗ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories