www.samajalive.in
Sunday, December 14, 2025
14.1 C
Bhubaneswar

କୃଷି ଆଇନ ପ୍ରତ୍ୟାହାର ବିଧେୟକକୁ ମୋହର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିବାଦୀୟ ତିନି କୃଷି ଆଇନକୁ ପ୍ରତ୍ୟାହାର ନେଇ ​‌ପ୍ରସ୍ତୁତ ଚିଠା ବିଧେୟକକୁ ବୁଧବାର କ୍ୟାବିନେଟ ଅନୁମୋଦନ କରିଛି। ଆସନ୍ତା ଶୀତ ଅଧିବେଶନରେ ଏହି ବିଧେୟକକୁ ସଂସଦରେ ଆଗତ କରାଯିବ। କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଆବଶ୍ୟକ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା କ୍ରମରେ ‘କୃଷି ଆଇନ ପ୍ରତ୍ୟାହାର ବିଧେୟକ ୨୦୨୧’କୁ କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର
କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସହିତ ଆଲୋଚନା କରାଯାଇ ବିଧେୟକ ପ୍ରସ୍ତୁତ କରାଯାଇଛି। କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଉଚିତ ମୂଲ୍ୟ ନିଶ୍ଚିତ କରିବା ବୁଝାମଣା ଓ କୃଷକ ସେବା ଆଇନ ୨୦୨୦। କୃଷି ଉତ୍ପାଦ ବାଣିଜ୍ୟ କାରବାର (ପ୍ରୋତ୍ସାହନ ଓ ସୁବିଧା ଉପଲବ୍ଧ) ଆଇନ ୨୦୨୦ ଓ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦କୁ ରଦ୍ଦ କରିବା ଲାଗି ଏହି ବିଧେୟକ ପ୍ରସ୍ତୁତ କରାଯାଇଛି। ଗତବର୍ଷ ପ୍ରଣୟନ ହୋଇଥିବା ଏହି ତିନି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ସରକାର ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories