www.samajalive.in
Monday, December 15, 2025
16.1 C
Bhubaneswar

ବୁଧବାର ରାଶିଫଳ

ମେଷ: ସନ୍ଦେହରେ ପଡ଼ି ପାରନ୍ତି। କେତେକ କାର୍ଯ୍ୟରେ ଭୁଲବୁୁଝାମଣା ଘଟିପାରେ। ବିବାଦର ସମାଧାନ ହେବ। ପରିଶ୍ରମର ମୂଲ୍ୟ ମିଳିବ। ବିବାଦରେ ବିଜୟୀ ହେବେ। କୃଷି କ୍ଷେତ୍ରରୁ ଲାଭ ମିଳିବ। ବିଦ୍ୟାର୍ଥୀଙ୍କୁ ସୁଖ ମିଳିବ।
ବୃଷ: କାର୍ଯ୍ୟ ଆୟତ୍ତାଧୀନ ହେବ। ପ୍ରଶଂସିତ ହୋଇପାରନ୍ତି। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ। ବିଦ୍ୟାର୍ଥୀ ଖୁସି ହେବେ।
ମିଥୁନ: ଦେବ ପୂଜାରେ ମନ ବଳାଇ ପାରନ୍ତି। ଆଶାବାଦୀ ହେବେ। ସ୍ୱାସ୍ଥ୍ୟ ହାନି ଘଟିପାରେ। ଯେ କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନପ୍ରିୟ ହେବେ। ସନ୍‍ମାର୍ଗୀ ହୋଇପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
କର୍କଟ: ଶୁଭ ଖବର ପାଇ ଖୁସି ହେବେ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ବନ୍ଧୁ ଜୁଟିବେ। ବିଦ୍ୟାର୍ଥୀଙ୍କ ଚିନ୍ତନ ଉନ୍ନତ ହେବ।
ସିଂହ: କର୍ମ ଚଞ୍ଚଳ ରହିପାରନ୍ତି। ଅଯଥା ବିତର୍କରେ ଭାଗ ନେଲେ ବିବାଦ ଭିତରକୁ ଟାଣି ହୋଇ ଯିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଠା କଥା କହି ଅନ୍ୟକୁ ବଶ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
କନ୍ୟା: ବିଳାସ ଦ୍ରବ୍ୟ ମିଳିପାରେ। ପଥରୋଧ କରିବାକୁ କାହାରି ଉଦ୍ୟମ ବିଫଳ ହୋଇପାରେ। ସୁସମ୍ବାଦ ମିଳିବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥ ମିଳିବ। ବିଦ୍ୟାର୍ଥୀଙ୍କୁ ପରୀକ୍ଷା ସହଜ ହେବ।
ତୁଳା: ପରିଶ୍ରମର ମୂଲ୍ୟାଙ୍କନ ହେବ। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିଦ୍ୟାର୍ଥୀ ସୁଫଳ ପାଇବେ।
ବିଛା: ଭୁଲ ସିଦ୍ଧାନ୍ତରେ ଉପନୀତ ହୋଇ ଖର୍ଚ୍ଚାନ୍ତ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ଧନୁ: ପରିଶ୍ରମର ମୂଲ୍ୟ ମିଳିବ। ଅର୍ଥ ଟାଣ-ଟୁଣ ରହିପାରେ। ଦାତା, ଭୋକ୍ତା, ଗୁଣବାନ ହେବେ। ଅର୍ଥାଭାବ ଅପରାହ୍ଣରେ ଦୂର ହେବ। ମାନୀ ହୋଇପାରନ୍ତି। ଜଣେ ମହିଳାଙ୍କ ଦ୍ୱାରା ଉପକୃତ ହେବେ। ବିଦ୍ୟାର୍ଥୀଙ୍କ ଚିନ୍ତାଧାରା ଉନ୍ନତମାନର ହେବ।
ମକର: ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳ ସୃଷ୍ଟି ହୋଇପାରେ। ମନ ପ୍ରସନ୍ନ ରହିବ। ସୁଖକର ଘଟଣାମାନ ଘଟିପାରେ। କର୍ମରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ। ବିଦ୍ୟାର୍ଥୀ ଖୁସି ହେବେ।
କୁମ୍ଭ: ଆଶାପୂର୍ଣ୍ଣ ହେବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଦିନଟି ଶୁଭମୟ ହେବ। ଋଣ ପରିଶୋଧ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।
ମୀନ: ଅକ୍ଲେଶରେ କାର୍ଯ୍ୟ ହାସଲ କରିପାରନ୍ତି। ଆପଣଙ୍କ ଅନୁରୋଧ ରକ୍ଷା ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନଟି ମଧ୍ୟମ ଧରଣର। ବିଦ୍ୟାର୍ଥୀ ପଠନ, ଲିଖନରେ କୃତିତ୍ୱ ହାସଲ କରିବେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories