www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟରେ ପୁଣି ବଢିଲା ବସ୍‍ ଭଡା

ଭୁବନେଶ୍ୱର : ପୁଣି ରାଜ୍ୟରେ ବଢିଲା ବସ୍‍ ଭଡା। ଚଳିତ ମାସରେ ଆଜକୁ ମିଶାଇ ୪ର୍ଥ ଥର ପାଇଁ ଇନ୍ଧନ ମୂଲ୍ୟରେ ବୃଦ୍ଧି ଘଟିଥିବାରୁ ରାଜ୍ୟରେ ବସ ଭଡା ବୃଦ୍ଧି ପାଇଛି। ସାଧାରଣ ଯାତ୍ରୀବାହୀ ବସ କିମି ପିଛା ୮୯ ପଇସାରୁ ୯୨ ପଇସା ବୃଦ୍ଧି ପାଇଛି। ଅର୍ଥାତ ୩ ପଇସା ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇ ୯୩ ପଇସାରୁ ୯୬ ପଇସା ହୋଇଛି। ଡିଲକ୍ସ ବସ ଭଡା ୧ ଟଙ୍କା ୨୯ ପଇସାରୁ ବୃଦ୍ଧି ପାଇ ୧ଟଙ୍କା ୩୫ ପଇସା, ଏସି ଡିଲକ୍ସ ଭଡା ୧ଟଙ୍କା ୫୭ ପଇସାରୁ ବୃଦ୍ଧି ପାଇ ୧ଟଙ୍କା ୬୩ ପଇସା ହୋଇଛି। ସୁପର ପ୍ରିମିୟମ ବସ ଭଡା ୨ ଟଙ୍କା ୪୪ ପଇସାରୁ ୨ଟଙ୍କା ୫୩ ପଇସା ହୋଇଛି। ବସ ଭଡା ସ୍ୱୟଂ ଚାଳିତ ପ୍ରକ୍ରିୟାରେ ହିଁ ବୃଦ୍ଧି ହୋଇଛି।
ସୂଚନା ଯୋଗ୍ୟ, ତୈଳ ମାର୍କେଟିଂ କମ୍ପାନୀଗୁଡିକ ଶନିବାର ଦିନ ପେଟ୍ରୋଲ ଏବଂ ଡିଜେଲର ପୁଣି ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦୁଇ ଦିନର ବ୍ୟବଧାନ ପରେ ପୁଣି ଇନ୍ଧନ ମୂଲ୍ୟରେ ବୃଦ୍ଧି କରାଯାଇଛି।
ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୪୯ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୨ ପଇସା ରହିଛି। କୋଲକାତାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୬ ଟଙ୍କା ୧୦ ପଇସା ଥିବା ବେଳେ ଡିଜେଲ ଦର ୯୭ ଟଙ୍କା ୩୩ ପଇସା ରହିଛି। ମୁମ୍ବାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୧ ଟଙ୍କା ୪୩ ପଇସା ଥିବା ବେଳେ ଡିଜେଲ ମୂଲ୍ୟ ୧୦୨ ଟଙ୍କା ୧୫ ପଇସା ରହିଛି। ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲ ୧୦୨ ଟଙ୍କା ୮୦ ପଇସା ଏବଂ ଡିଜେଲ ୯୮ ଟଙ୍କା ୬୯ ପଇସାକୁ ବୃଦ୍ଧି ପାଇଛି।
ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୪୨ ପଇସା ଓ ପେଟ୍ରୋଲ ମୂଲ୍ୟ ୧୦୨ ଟଙ୍କା ୭୭ ପଇସା ଥିବା ବେଳେ କଟକରେ ପେଟ୍ରୋଲ ୧୦୬ ଟଙ୍କା ୯୯ ପଇସା ଓ ଡିଜେଲ ମୂଲ୍ୟ ୧୦୩ ଟଙ୍କା ୩୨ ପଇସାକୁ ବୃଦ୍ଧି ପାଇଛି।

 

- Advertisement -

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories