nua o banner

ଲକ୍ଷ୍ମୀପୁର ନିକଟରେଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ,  ଅଳ୍ପକେ ବର୍ତ୍ତି  ୫୦ ଯାତ୍ରୀ

BSKY banner  750×100

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଥାନା ଅଧୀନ ଡୁମୁରିପଦର ଛକ ନିକଟରେ ବୁଧବାର ରାତିରେ ଏକ ଘରୋଇ ବସ୍   ଦୁର୍ଘଟଣା ଗସ୍ତ ହୋଇଛି। ତେବେ ଏଥିରେ ଥିବା  ୫୦ ଜଣ ଯାତ୍ରୀ ଭାଗ୍ଯ ବସତ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ  ନବରଙ୍ଗପୁରରୁ ପାରଳାଖେମୁଣ୍ଡି ଯାଉଥିବା ରକଷ୍ଟାର୍ ନାମକ ଏକ ଘରୋଇ ବସ ବସ ଦ୍ରୁତ ବେଗରେ ଆସୁଥିବା ବେଳେ ଡୁମୁରିପଦର ଛକ ନିକଟରେ ଏକ ଟିପର ପଛପଟକୁ କୁଆଡ଼େ ଧକା ଦେଇଥିଲା। ଫଳରେ ଟିପ୍ପର  ସମେତ ବସର କ୍ଷତି ହୋଇଥିବା ବେଳେ ଅଳ୍ପକେ ଯାତ୍ରୀ ମାନେ ବର୍ତ୍ତି ଯାଇଥିବା ଜଣାପଡିଛି। ତେବେ ଦୁର୍ଘଟଣା ପରେ  ବସ ମାଲିକ ରାୟଗଡାରୁ  ଏକ ବସ୍ ପଠାଇବାରୁ ସମସ୍ତ ଯାତ୍ରୀ ମାନଙ୍କୁ ନେଇଥିବା ଜଣାପଡିଛି।

 

ଏନେଇ ଲକ୍ଷ୍ମୀପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡିଛି। ତେବେ ୩୨୬  ନମ୍ବର ରାତିରେ ରାଜପ ଥର ଲକ୍ଷ୍ମୀପୁର ଦେଇ ଯାତାୟତ କରୁଥିବା ଦୂରଗାମୀ ବସ ଗୁଡ଼ିକ ଦ୍ରୁତ ଗତିରେ ବେପରୁଆ ଭାବେ ଚଳାଚଳ କରୁଥିବା କାରଣରୁ ଦୁର୍ଘଟଣା ଘଟି କେତେବେଳେ କଣ କ୍ଷୟ କ୍ଷତି ହେବ ତାହା କହି ହେବ ନାହିଁ।

Comments are closed.