ପାନୀୟ ଜଳ ଓ ଜମିକୁ ଜଳସେଚନ ସୁବିଧା କରିବ ବିଜେପି – ଅମିତ ଶାହା

କାମାକ୍ଷାନଗର: ରାଜ୍ୟରେ ବିଜେପି ସରକାର ଗଠନ ହେଲେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବା, ଚାରିଦ୍ୱାର ଖୋଲିବା, ବେକାର ଯୁବକଙ୍କୁ ରୋଜଗାର ଦେବା, ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣ ଏବଂ ପ୍ରତ୍ୟେକ ଜମିରେ ଜଳସେଚନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବଟଗାଁ ଠାରେ ବିଜୟ ସଂକଳ୍ପ ସମାବେଶରେ ଉପସ୍ଥିତ ଜନସାଧାରଙ୍କୁ ଉଦବୋଧନ ଦେଇଥିଲେ। ବିଜେପିକୁ ୭୫ରୁ ଅଧିକ ଆସନରେ ବିଜୟୀ କରିଲେ ରାଜ୍ୟରେ ଜଣେ ଓଡ଼ିଆ ପୁଅ ଶାସନ ଭାର ସମ୍ଭାଳିବା ସହିତ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କରିବେ। ନରେନ୍ଦ୍ର ମୋଦିଙ୍କ ସରକାର ହେଲେ ରାଜ୍ୟକୁ ଏକ ନଂ ରାଜ୍ୟରେ ପରିଣତ କରିବାକୁ ନରେନ୍ଦ୍ର ମୋଦି ଗ୍ୟାରେଣ୍ଟି ଦେଇଥିବାର ଦୃଢୋକ୍ତି ପ୍ରକାଶ କରିଥିଲେ।

Comments are closed.