www.samajalive.in
Monday, December 15, 2025
17.1 C
Bhubaneswar

ପାରାକୁଏଟ ଜନିତ ଜୀବନ ହାନି ଉପରେ ରାଜ୍ୟ ସରକାରଙ୍କ ରିପୋର୍ଟ ତଲବ

ବୁର୍ଲା :ଚାଷ ଜମିରେ ହେଉଥିବା ଲଟାକୁ ମାରିବା ପାଇଁ ବ୍ୟବହାର କରାଯାଉଥିବା ପାରାକୁଏଟ ରସାୟନିକ ପଦାର୍ଥ ଲଟାମରା ଯୋଗୁଁ ହୋଇଥିବା ମୃତ୍ୟୁ ଅଭିଯୋଗ ବାବଦରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ସଂସ୍ଥାନ(ଭିମସାର)କୁ ରାଜ୍ୟ ସରକାର ରିପୋର୍ଟ ତଲବ କରିଛନ୍ତି। ପାରାକୁଏଟ ସେବନ କରି ହୋଇଥିବା ମୃତ୍ୟୁ ଏବଂ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବାବଦରେ ଏହି ରିପୋର୍ଟ ଦିଆଯିବ ବୋଲି ଭିମସାର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ହସ୍ପିଟାଲରେ ଏଥିଯୋଗୁଁ ଭର୍ତ୍ତି ହୋଇଥିବା ରୋଗୀ ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ବାବଦରେ ତଥ୍ୟ ଦେବାପାଇଁ ବିଭିନ୍ନ ବିଭାଗକୁ ସୂଚନା ଦିଆଯାଇଛି। ଗତ ୧୩ ତାରିଖ ଦିନ ଭିମସାରର ୫ ଜଣ ଡାକ୍ତର ସନିୟର ରେସିଡ଼େଣ୍ଟ ଡ଼ାକ୍ତର ଶଙ୍କର ରାମଚନ୍ଦାନିଙ୍କ ସହିତ ପାଞ୍ଚଜଣିଆଁ ଡ଼ାକ୍ତର ପାରାକୁଏଟ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ଦାବି ନେଇ ୨୪ ଘଣ୍ଟିଆ ଅନଶନ ମଧ୍ୟ କରିଥିଲେ। ପାରାକୁଏଟ ଏକ ହାନିକାରକ ଏବଂ ମଣିଷଙ୍କ ପକ୍ଷେ ଅତ୍ୟନ୍ତ ବିପଜ୍ଜନକ ପଦାର୍ଥ ଅଟେ। ଏହା ଖାଇ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ପୃଥିବୀର ୩୮ଟି ଦେଶ ସହିତ କେରଳ ଓ ତାମିଲନାଡ଼ୁ ରାଜ୍ୟ ସରକାର ପାରାକୁଏଟକୁ ନିଷେଧ ଘୋଷଣା କରିସାରିଛନ୍ତି। ଏହି ବୈଷିଳ ଲଟାମରା ସେବନ ପରେ ଏହା ପ୍ରଭାବରେ ପର୍ୟ୍ୟାୟକ୍ରମେ କିଡ଼ୀନ୍ ଏବଂ ଯକ୍ତୃତ ଭଳି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ କରିଦେଇଥାଏ। ଏହାର ଉପଚାର ତଥା ନିଦାନ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଔଷଧ ଅଭାବ ରହିବା ସହିତ ବର୍ତ୍ତମାନ ସୁଦ୍ଧା ଉଦ୍ଭାବନ ହୋଇ ପାରି ନାହିଁ। ଏଣୁ ଏହାର ପ୍ରଭାବରେ ଜୀବନ ରହିବା ଆଶା କ୍ଷୀଣ ରହିଥାଏ। ବିଗତ ବର୍ଷ ମାନଙ୍କରେ ଏହି ପାରାକୁଏଟର ପ୍ରଭାବ ଏବଂ ଏହାକୁ ସେବନ କରିଥିବା ୧୭୭ ଜଣ ପୀଡ଼ିତ ଭିମସାର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାୟ ୯୯ ପ୍ରତିଶତ ରୋଗୀଙ୍କ ଜୀବନ ହାନି ହୋଇଛି। ପୂର୍ବରୁ ଡାକ୍ତରମାନେ ପାରାକୁଏଟକୁ ବନ୍ଦ କରିବା ପାଇଁ ଦସ୍ତଖତ ଅଭିଯାନ କରିଥିବା ବେଳେ ଏହା ବାବଦରେ କଟକଣା ଜାରି କରିବା ପାଇଁ ବରିଷ୍ଠ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ପତ୍ର ମଧ୍ୟ ଲେଖିଥିଲେ। ଏପରିକି ଭିମସାର ହସ୍ପିଟାଲର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ମଧ୍ୟ ଏହାକୁ ନିଷିଦ୍ଧ କରିବା ପାଇଁ ରାଜ୍ୟସରକାରଙ୍କୁ ପତ୍ର ମଧ୍ୟମରେ ଅନୁରୋଧ କରିଥିଲେ। ବିଳମ୍ବ ହେଲେ ମଧ୍ୟ ଏହାଉପରେ ରାଜ୍ୟସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ଏହାକୁ ଡାକ୍ତର ମହଲରେ ସ୍ୱାଗତ କରାଯାଇଛି ବୋଲି ଭିମସାରର ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ ଗଣମାଧ୍ୟକୁ ସୁଚନା ଦେଇଛନ୍ତି। ଏହା ସହିତ ଗତ ପ୍ରାୟ ଦଶବର୍ଷ କାଳ ବୁର୍ଲା ମେଡ଼ିକାଲରେ ଅନେକ ମୃତ୍ୟୁ ଏହି ପାରାକୁଏଟ ପ୍ରଭାବରେ ହୋଇ ସାରିଥିବା ବେଳେ ସରକାରଙ୍କ ତରଫରୁ ଗତ ୨ ବର୍ଷ ମଧ୍ୟରେ କେତେମାତ୍ରାରେ ପାରାକୁଏଟ ମତ୍ୟୁ ହୋଇଛି ଏହାର ତଥ୍ୟ ମେଡ଼ିସିନ ବିଭାଗକୁ ତଥ୍ୟ ଦେବା ପାଇଁ ତଥ୍ୟ ମଗାଯାଇଛି। ଭିମସାର ହସ୍ପିଟାଲର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଏ ସଂକ୍ରନ୍ତରେ ଏକ ରିପୋର୍ଟ ମଗାଯାଇଥିବା କହିବା ସହିତ ରାଜ୍ୟସରକାର ଏହାକୁ ନିଷିଦ୍ଧ କରିବେ ବୋଲି ସେ ଆଶାବାଦି ଥିବା ସୁଚନା ଦେଇଛନ୍ତି। ତେବେ ରାଜ୍ୟସରକାର କେବେ ଏହି ମାରାତ୍ମକ ଲଟାମରା କିଟନାଶକକୁ ନିଷିଦ୍ଧ ଘୋଷଣା ପାଇଁ ଆଗକୁ କି ପଦକ୍ଷେପ ନେଉଛନ୍ତି ଏହା ଉପରେ ସମସ୍ତ ନଜର ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories