ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ଓଡ଼ିଆ ସାହିତ୍ୟରେ ବିସ୍ଥାପନର ଚିତ୍ର’ ଉପରେ ସମ୍ମିଳନୀ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ‘ଓଡ଼ିଆ ସାହିତ୍ୟରେ ବିସ୍ଥାପନର ଚିତ୍ର’ ଉପରେ ଏକ ସମ୍ମିଳନୀ ଏମବିଏ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ସଂଯୁକ୍ତା ଦାସ ଉଦଘାଟନ କରିଥିଲେ । ସାହିତ୍ୟ ଏକାଡେମୀ କୋଲକାତାର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ନୃପରାଜ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

prayash

ପ୍ରଖ୍ୟାତନାମା ଓଡ଼ିଆ ଲେଖକ ତଥା ସମାଲୋଚକ କୃଷ୍ଣ ଚନ୍ଦ୍ର ପ୍ରଧାନ ବକ୍ତା ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ସାହିତ୍ୟ ଏକାଡେମୀର ଉପଦେଷ୍ଟା ବୋର୍ଡର ବିଜୟାନନ୍ଦ ସିଂଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନ ଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଦୁର୍ଗାପ୍ରସାଦ ପଣ୍ଡା, ମନୋଜ କୁମାର ପଣ୍ଡା, ସଂଘମିତ୍ରା ମିଶ୍ର ଏବଂ ସୁଶୀଲ କୁମାର ବାଗ ପେପର ଉପସ୍ଥାପିତ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ନାକୁ ହାଁସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଣେଶରାମ ନାହାକ, ଗୋପିନାଥ ବାଗ, ସରୋଜ ମହାନ୍ତି ଏବଂ ଶୁକମୁନି ମେହେର ସଂନ୍ଦର୍ଭ ଉପସ୍ଥାପିତ କରିଥିଲେ । ସପ୍ତର୍ଷି ସମ୍ପାଦନା ବୋର୍ଡ଼ର ସଦସ୍ୟ ଅଜିତ କୁମାର କୁଲ୍ଲୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.