ୟୁକ୍ରେନରେ ବୁର୍ଲା ସହରର ଡ଼ାକ୍ତରୀ ଛାତ୍ରୀ ଫସିଛନ୍ତି
ବୁର୍ଲା: ଋଷ ଓ ୟୁକ୍ରେନ ମଧ୍ୟରେ ବର୍ତ୍ତମାନ ଭୟାବହ ଯୁଦ୍ଧର ସ୍ତିତି ଲାଗି ରହିଥିବା ବେଳେ ସେଠାରେ ଏହାର ସେଠାକାର ବାସୀନ୍ଦାଙ୍କ ପାଇଁ ଏକ ଭୟର ମାହୋଲ ସୃଷ୍ଟି କରିଛି। ତେବେ ୟୁକ୍ରେନରେ ଅନେକ ଛାତ୍ରଛାତ୍ରୀ ଡ଼ାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଏହି ପରିପ୍ରେକ୍ଷିରେ ବୁର୍ଲା ସହରର ଜଣେ ଛାତ୍ରୀ ଯିଏ ୟୁକ୍ରେନ ଖରର୍କୋଭ୍ ଅଞ୍ଚଳରେ ଏମବିବିଏସ ଡ଼ାକ୍ତରୀ ପାଠ୍ୟକ୍ରମ ପଢୁଛନ୍ତି ସେ ସେଠାରୁ ଫେରି ପାରିନାହାନ୍ତି। ଉକ୍ତ ଛାତ୍ରୀ ଜଣକର ନାମ ଆୟୁଶା ଶତପଥି ହୋଇଥିବା ବେଳେ ସେ ବୁର୍ଲା ଡ଼ିଏଭି ସ୍କୁଲ ଅଧ୍ୟକ୍ଷା ରଶ୍ମୀ ମିଶ୍ରଙ୍କ ଝିଅ। ତେବେ ଏହି ଯୁଦ୍ଧ ସମୟରେ ବିମାନ ଚଳାଚଳ ଉପରେ ୟୁକ୍ରେନ ପକ୍ଷରୁ ରଦ୍ଦ କରିଦିଆ ଯାଇଥିବା ଫଳରେ ତାଙ୍କ ଝିଅ ଆୟୁଶାଙ୍କ ଫେରିବା ସମ୍ଭବପର ହୋଇ ପାରି ନ ଥିବା ଶ୍ରୀମତି ମିଶ୍ର ପ୍ରକାଶ କରିଛନ୍ତି।
ଏପରିକି ସରକାରଙ୍କୁ ସେ ତାଙ୍କ ଝିଅଙ୍କୁ କିପରି ଭାବରେ ସେଠାରୁ ଫେରାଇ ଅଣାଯାଇ ପାରିବେ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମତି ମିଶ୍ର। ବୁର୍ଲା ସହରର ଆହୁରି କିଛି ଛାତ୍ରଛାତ୍ରୀ ସେଠାରେ ଅଧ୍ୟୟନ କରୁଥିବା ସୂଚନା ହସ୍ତଗତ ହୋଇଛି। ଏପରିକି ୟୁକ୍ରେନର ଇଣ୍ଡିଆନ ଆମ୍ବାସୀ ତରଫରୁ ଉକ୍ତ ଛାତ୍ରଛାତ୍ରୀଙ୍କୁ ଯେପରି ସୁରକ୍ଷିତ ଭାବରେ ଭାରତକୁ ଫେରାଇ ଅଣାଯାଇ ପାରିବ ଏହା ଉପରେ ବିଚାର କରା ଯାଉଥିବା ସୂଚନା ଦିଆଯାଇଛି।
Comments are closed.