ବିଶ୍ବକପ ଫାଇନାଲ: କଙ୍ଗାରୁ ଦେଉଛି କଡ଼ା ଟକ୍କର, ୧୧ ଓଭରରେ ୩ ୱିକେଟ ହରାଇ ସ୍କୋର କରିଛି ୬୫ ରନ

ଅହମ୍ମଦାବାଦ: ଭାରତର ୨୪୧ ରନ ବିଜୟ ଲକ୍ଷ୍ୟକୁ ପିଛା କରି ବିଶ୍ବକପ ଫାଇନାଲରେ କଙ୍ଗାରୁ ଦଳ ଟକ୍କର ଦେଦଉଛନ୍ତି। ତେବେ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ମିଳିଥିଲା। ଦ୍ୱିତୀୟ ଓଭରରେ ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଥିଲେ ଓପନର ଡେଭିଡ ୱାର୍ଣ୍ଣର୍। କଙ୍ଗାରୁ ବାହିନୀ ୧୬ ରନରେ ପ୍ରଥମ ୱିକେଟ୍ ହରାଇ ଥିବାବେଳେ ୪୧ ରନରେ ପାଭିଲିଅନ ଫେରିଛନ୍ତି ଆଉ ଜଣେ ଷ୍ଟାର୍ ବ୍ୟାଟ୍ସମ୍ୟାନ। ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର୍ ୭(୩) ରନ୍ କରି ପାଭିଲିଅନ ଫେରିଯାଇଛନ୍ତି। ଏହାପରେ ମିଚେଲ ମାର୍ଶଙ୍କ ୱିକେଟ ନେଇଛନ୍ତି ଯଶପ୍ରୀତ ବୁମରା।

prayash

ବିଶ୍ୱକପର ଏହି ମହାମୁକାବିଲାରେ ୨୪୧ ରନର ପିଛା କରି ଦ୍ୱିତୀୟ ଇନିଂସ ଆରମ୍ଭ କରିଛି କଙ୍ଗାରୁ ବାହିନୀ। ଏହାପରେ ଅଷ୍ଟ୍ରେଲିଆର ତୃତୀୟ ୱିକେଟର ପତନ ଘଟିଛି। ଅଷ୍ଟ୍ରେଲିଆ ୪୭ରନ ସ୍କୋର କରିଥିବାବେଳେ ତାରକା ଖେଳାଳୀ ଷ୍ଟିଭ ସ୍ମିଥଙ୍କୁ ୪ ରନ୍‌ରେ ଏଲବିଡବ୍ଲ୍ୟୁ କରିଛନ୍ତି ଯଶପ୍ରୀତ ବୁମରା। ଅଷ୍ଟ୍ରେଲିଆ ଦଳ ୧୧ ଓଭରରେ ୩ ୱିକେଟ ବିନିମୟରେ ୬୫ ରନ ସ୍କୋର କରିଛି।

Comments are closed.