ନାଳରେ ପଡିଥିବା ଷଣ୍ଢକୁ ଉଦ୍ଧାରକଲେ ଅଗ୍ନିଶମ ବିଭାଗର କର୍ମଚାରୀ

ସମ୍ବଲପୁର – ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଅନେକ ବୁଲା ଗାଈଗୋରୁ, ଷଣ୍ଢ, ଛେଳି ଆଦି ଘୂରି ବୁଲୁଥିବା ବେଳେ ସେଗୁଡିକର ଥଇଥାନ ପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ଉଦାସୀନ । ଏଣୁ ଅନେକ ସମୟରେ ବୁଲା ପଶୁ ଗୁଡିକ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇ ଆହତ ଓ ପ୍ରାଣ ହରାଉଥିବାର ଦେଖାଯାଉଛି । ଏଭଳି ଏକ ଘଟଣାରେ ବୁଧବାର ସ୍ଥାନୀୟ କ୍ଷେତରାଜପୁର ସ୍ଥିତ ବାଲାଜୀ କଲୋନୀର ଏକ ଗଳିରେ ଗୋଟିଏ ବୁଲା ଷଣ୍ଢ ସେଠାରେ ଥିବା ଏକ ସରୁଆ ନାଳ ମଧ୍ୟରେ ଗଳି ପଡିଥିଲା ।

prayash

ବହୁ କଷ୍ଟ ସତ୍ୱେ ଉକ୍ତ ଷଣ୍ଢଟି ବାହାରି ନ ପାରି କଷ୍ଟରେ ଚିକ୍ରାର କରୁଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ତାକୁ ଉଦ୍ଧାର କରିବାରେ ବିଫଳ ରହିଥିଲେ । ଏଣୁ ସ୍ଥାନୀୟ ଲୋକେ ଅଗ୍ନିଶମ ଦଳକୁ ଖବର ଦେବାରୁ ଏକ ୬ ଜଣିଆ ଦଳ ଘଟଣାସ୍ଥଳକୁ ପହୁଞ୍ଚି ପ୍ରାୟ ୧ ଘଣ୍ଟାର କଠିନ ପରିଶ୍ରମ କରି ଉକ୍ତ ଷଣ୍ଢକୁ ଉଦ୍ଧାର କରିଥିଲେ । ଏଭଳି ଅନେକ ସମୟରେ ବୁଲା ପଶୁ ଗୁଡିକ ସାଙ୍କୁଚିତ ସ୍ଥାନରେ ଫସି ଯାଉଥିବା ବେଳେ ଅଗ୍ନିଶମ ବିଭାଗ ଦଳ ସେମାନଙ୍କୁ ଉଦ୍ଧାର କରୁଥିବାର ପରିଲକ୍ଷିତ ହେଉଛି ।

Comments are closed.