www.samajalive.in
Monday, December 15, 2025
16.1 C
Bhubaneswar

ନବଜାତକକୁ ଫୋପାଡ଼ି ଦେଇଥିଲା କୁଆଁରି ମା’: ଥାନାରେ ମାମଲା, ପ୍ରେମିକ ଗିରଫ

ବୁଗୁଡ଼ା: ଅବାଞ୍ଛିତ ଗର୍ଭଧାରଣ ପରେ ଲୋକ ଲଜ୍ୟାରୁ ମୁକୁଳିବା ପାଇଁ ନବଜାତକକୁ ଫୋପାଡ଼ି ଦେଇଥିଲା କୁଆଁରି ମାଆ । ତେବେ ଏ ଘଟଣା ପଦା ପଡିବା ପରେ ପ୍ରଥମେ କୁଳ ସମାଜ ବୈଠକ ଡକାଯାଇଥିଲା। ସେଥିରେ ନିଷ୍ପତ୍ତି ନହେବାରୁ କଥା ଯାଇ ପହଞ୍ଚିଥିଲା ଥାନା ପର୍ଯ୍ୟନ୍ତ। ଏହାପରେ ପୁଲିସ ଏକ ମାମଲା ରୁଜୁ କରିଥିଲା ଏବଂ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ସାଧାରଣରେ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ଥାନା ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ନାୟକ (୨୪)ବୋଲି ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ ଗତ ଅକ୍ଟୋବର ୯ ତାରିଖ ଦିନ ସକାଳ ପାଞ୍ଚଟା ବେଳେ ରାମଚନ୍ଦ୍ରପୁର ଗ୍ରାମର ପବିତ୍ର ନାୟକଙ୍କ ବାରିପଟୁ ଏକ ଶିଶୁର କାନ୍ଦ ଶୁଭିଥିଲା। ସେ ବାରିପଟକୁ ଯାଇ ଖଳାରେ ନବଜାତ ଶିଶୁ ପୁତ୍ରଟିଏ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏନେଇ ଖବର ପ୍ରଚାରିତ ହେବା ପରେ ଗ୍ରାମର ଆଶା ଦିଦି ସାବିତ୍ରୀ ପ୍ରଧାନ ଓ ସ୍ବେଚ୍ଛାସେବୀ ଶ୍ରୀନିବାସ ଦୋରା ପ୍ରମୁଖ ଶିଶୁଟିକୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ। ସେଠାରେ ଚାଇଲ୍ଡ଼ ୱେଲଫେର୍ କମିଟିର କର୍ମଚାରୀମାନେ ପହଞ୍ଚିବା ପରେ ଶିଶୁଟିକୁ ହସ୍ତାନ୍ତର କରାଯାଇଥିଲା ଏବଂ ୧୦୨ ଆମ୍ବୁଲାନ୍ସ ଯୋଗେ ତାକୁ ବ୍ରହ୍ମପୁରକୁ ନିଆଯାଇଥିଲା । ତେବେ ସେହି ନବଜାତ ଶିଶୁଟି କାହାର ଏବଂ କିପରି ଖଳାରେ ପଡିଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା।
ଏ ଘଟଣା ନେଇ ଗ୍ରାମରେ ତନା ଘନା କରାଯାଇଥିଲା। ସେହି ଗ୍ରାମର ଜଣେ କୁଅଁାରି ଯୁବତୀ ଏହି ଶିଶୁଟିକୁ ଫୋପାଡ଼ି ଥିବା ସ୍ୱୀକାର କରିଥିଲା। ଯୁବତୀ ଜଣକ କହିଥିଲେଯେ ଶଙ୍କର ନାୟକଙ୍କ ସହ ପ୍ରେମ ସମ୍ପର୍କ ରହିଛି। ବିବାହର ପ୍ରତିଶୃତି ଦେଇ ଶଙ୍କର ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଫଳରେ ସେ ଗର୍ଭବତୀ ହୋଇଥିଲେ। ବିବାହ ପାଇଁ ଆଶ୍ୱାସନା ଦେଇ ଆସୁଥିବା ଶଙ୍କର ଶେଷ ମୁହୂର୍ତ୍ତରେ ମନା କରିଦେଇଥିଲେ। ତେଣୁ ଲୋକ ଲଜ୍ୟା ଭୟରେ ସେ ନବଜାତ ଛୂଆଟିକୁ ଫୋପାଡ଼ି ଦେଇଥିବା ନେଇ କୁଅଁାରି କନ୍ୟା ଜଣକ କୁଳ ବୈଠକରେ ପ୍ରକାଶ କରିଥିଲେ। ଏନେଇ ଗ୍ରାମରେ କୁଳ ସମାଜ ବୈଠକ ବସିବା ପରେ ଶଙ୍କର ସମ୍ପୃକ୍ତ ଯୁବତୀକୁ ବାହା ହେବ ବୋଲି ରାଜି ହୋଇ ଥିଲେ। କିନ୍ତୁ ପରବର୍ତ୍ତି ସମୟରେ ନବଜାତକ ତାଙ୍କର ନାହିଁ ବୋଲି ଶଙ୍କର ସଫେଇ ଦେଇ ଆଉ ଧରା ଛୁଆଁ ଦେଇନଥିଲେ। ଏହାପରେ ଯୁବତୀ ଜଣକ ଗତ ୧୯ ତାରିଖରେ ବୁଗୁଡ଼ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ୩୮୩/୨୦ ରେ ଏକ ମାମଲା ରୁଜୁ କରି ଶଙ୍କରକୁ ଗିରଫ କରିଥିଲା। ପୁଲିସ ପକ୍ଷରୁ ଶଙ୍କର ନାୟକଙ୍କ ଡିଏନଏ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରି ଅଧିକାରୀ ଏସଆଇ କାର୍ତ୍ତିକ ନାୟକ ସୂଚନା ଦେଇଛନ୍ତି।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories