www.samajalive.in
Monday, December 8, 2025
20.1 C
Bhubaneswar

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ନିୟମ ଜାରି, ମାସ୍କ ପରିଚୟପତ୍ର ବାଧ୍ୟତା ମୂଳକ

ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ ହେବ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଭକ୍ତମାନେ ମଣିବାବାଙ୍କ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଥିଲେ। ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ନେଇ ଜିଲାପାଳ ଡ. ଜ୍ଞାନ ଦାସ ଘୋଷଣା କରିବା ପରେ ଭକ୍ତଙ୍କ ମନରେ ଖୁସି ଖେଳିଯାଇଛି। ଏପରିକି କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲିବା ପାଇଁ ଗତ ୨ଦିନ ତଳେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିସରରେ ସେବାୟତଙ୍କୁ ନେଇ ହୋଇଥିବା ବୈଠକରେ ନିଷ୍ପତ୍ତି ଅନୁଯାୟୀ ଦର୍ଶନ ନିମନ୍ତେ ହୋଇଥିବା ୧୮ଗୋଟି ନିୟମ ଆଜି(ଶନିବାର) ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ବରେ ନଟକା ଜାରି କରାଯାଇଛି। ତାହାସହ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ଉତ୍ତର ପାର୍ଶ୍ବ ଠାରୁ ମନ୍ଦିର ଦକ୍ଷିଣଦ୍ୱାର ପ୍ରର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି।ଆସନ୍ତା ୨୮ ଓ ୨୯ରେ ସେବାୟତ ପରିବାରଙ୍କ ଦର୍ଶନ କରାଯିବା ସହିତ ୩୦ଓ ୩୧ରେ ସ୍ଥାନୀୟ ୪ଟି ପଞ୍ଚାୟତର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ସେହିପରି ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ତଥା ନୂଆବର୍ଷର ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବା ପରେ ୩ରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା ଯିବ। ଦର୍ଶନ ନିମନ୍ତେ ସକାଳ ୭ଟା ଠାରୁ ସଂଧ୍ୟା ୫ଟା ଯାଏଁ ମନ୍ଦିର ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି।
– ୨୮ରେ ଖୋଲିବ ମନ୍ଦିର
– ପ୍ରଥମ ୨ଦିନ ସେବାୟତ ପରିବାର ଦର୍ଶନ
– ୩୦ ଓ ୩୧ରେ ୪ଟି ପଞ୍ଚାୟତ ଲୋକଙ୍କ ଦର୍ଶନ
– ଜାନୁଆରୀ ୩ରେ ସର୍ବସାଧାରଣ ଦର୍ଶନ
– ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ କୈାଣସି ପୂଜା ସାମଗ୍ରୀ ଓ ଦୀପ ନେବା ମନା
– ମନ୍ଦିର ବାହାରେ ଓ ଭିତରେ ସେବାୟତ ଓ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ
– ୧୦ବର୍ଷରୁ କମ ଶିଶୁ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମନ୍ଦିର ପ୍ରବେଶ ମନା
– କୋରନା ଲକ୍ଷଣ ଥିଲେ କୋଭିଡ ପରିକ୍ଷଣ ବାଧ୍ୟତା ମୂଳକ
– ମନ୍ଦିର ପରିସରରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନ ମନା

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories