www.samajalive.in
Friday, December 5, 2025
27.1 C
Bhubaneswar

୧୩ ହଜାର କୋଟି ଟଙ୍କାରେ ପହଁଚିଲା ଜନଜାତି ବ୍ୟାପାର ମନ୍ତ୍ରାଳୟ ବ୍ୟୟ ଅଟକଳ

ଡେସ୍କ: କେନ୍ଦ୍ରୀୟ ବଜେଟ ୨୦୨୪-୨୫ରେ ଜନଜାତି ବ୍ୟାପାର ମନ୍ତ୍ରାଳୟ ପାଇଁ ମୋଟ ବ୍ୟୟ ଅଟକଳ ପ୍ରାୟ ୧୩ ହଜାର କୋଟି ଟଙ୍କା ରହିଛି। ଏହା ପୂର୍ବ ବର୍ଷର ସଂଶୋଧିତ ଆକଳନ ତୁଳନାରେ ୭୩.୬୦% ଅଧିକ। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଆରମ୍ଭ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ଗ୍ରାମ ଓ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଆଦିବାସୀ ବହୁଳ ୬୩,୦୦୦ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ଏବଂ ୫ କୋଟି ଆଦିବାସୀ ଲୋକଙ୍କୁ ଉପକୃତ କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନର ଘୋଷଣା ପାଇଁ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଉଛୁ। ସମଗ୍ର ଭାରତରେ ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ସମନ୍ବିତ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ ଏବଂ ଅର୍ଥନୈତିକ ସୁଯୋଗ ସୃଷ୍ଟି ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଏହି ପଦକ୍ଷେପ।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in/rail-budget-odisha-aswini-vaishnab/581884.html

- Advertisement -

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: http://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ମୋବାଇଲରେ ବ୍ରେକିଙ୍ଗ ନ୍ୟୁଜ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/KFZtE3qCNBI3dK6r9zxOSW

ଆଦିବାସୀ ବିକାଶ ପାଇଁ ବଜେଟ୍ ଆବଣ୍ଟନ ୨୦୧୪-୧୫ରେ ୪,୪୯୭.୯୬ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ଏହା ୧୩,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା କି ପ୍ରାୟ ୧୮୯.୦୨% ବୃଦ୍ଧି। ଅନୁସୂଚିତ ଜନଜାତିଙ୍କ ପାଇଁ ଉନ୍ନୟନ କାର୍ଯ୍ୟ ଯୋଜନା ପାଣ୍ଠି ଆବଣ୍ଟନ ୨୦୧୩-୧୪ ରେ ୨୧,୫୨୫.୩୬ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ଏହା ୧,୨୪,୯୦୮.୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ରେଳ ବଜେଟରେ ରାଜ୍ୟକୁ ମିଳିଛି ୧୦ ହଜାର ୫୮୬ କୋଟି

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories