www.samajalive.in
Friday, December 5, 2025
26.1 C
Bhubaneswar

କାଉଡିଆଙ୍କ ହିଂସ୍ର ଆଚରଣ, ଦେଖନ୍ତୁ କିପରି ପୁଲିସ ଉପସ୍ଥିତିରେ ଭଙ୍ଗାରୁଜା କରୁଛନ୍ତି ଗାଡ଼ି

ସମାଜ ଡିଜିଟାଲ ଡେସ୍କ: କାଉଡ଼ି ଯାତ୍ରା ସମୟରେ ହିଂସାକାଣ୍ଡ ଘଟିଛି। ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଅନେକ କାଉଡ଼ିଆ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ହରିଦ୍ଵାରର ମଙ୍ଗଲୌର ଅନ୍ତର୍ଗତ ଲିବରହେଡି ଅଞ୍ଚଳରେ ବୁଧବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କିଛି କାଉଡିଆ ପୁଲିସ ଉପସ୍ଥିତିରେ ଏକ ଇ-ରିକ୍ସାକୁ ଭଙ୍ଗାରୁଜା କରିବା ସହିତ ତାହାର ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।

ସୂଚନା ଅନୁସାରେ, ଲିବରହେଡି ଅଞ୍ଚଳରେ କିଛି କାଉଡିଆ ଯାଉଥିବାବେଳେ ଏକ ରିକ୍ସା ଜଣେ ଯାତ୍ରୀଙ୍କ ଦେହରେ ଘସି ହୋଇଯାଇଥିଲା। ଭିଡ଼ ଥିବାରୁ ଭୁଲବଶତଃ ଏପରି ହୋଇଥିଲା। ଏଥିରେ ଉକ୍ତ କାଉଡିଆ ଆହତ ହୋଇ ନ ଥିଲେ କି ତାଙ୍କର କୌଣସି କ୍ଷତି ମଧ୍ୟ ହୋଇ ନ ଥିଲା। ହେଲେ ଏହି ଘଟଣାକୁ ନେଇ ଅନ୍ୟ ଯାତ୍ରୀମାନେ ଅତ୍ୟନ୍ତ ହିଂସ୍ର ହୋଇପଡ଼ିଥିଲେ। ୮/୧୦ ଜଣ ଯାତ୍ର ଗାଡ଼ିରୁ ଡ୍ରାଇଭରଙ୍କୁ ଘୋଷାଡି ଆଣି ମାଡ଼ ମାରିବା ସହିତ ତାଙ୍କ ଗାଡ଼ିକୁ ଭାଙ୍ଗି ଦେଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚିବା ପରେ କାଉଡିଆମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ ଉପସ୍ଥିତିରେ ବି ସେମାନେ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବାବେ​‌ଳେ ଭକ୍ତିପୂର୍ବକ ଏହି ଯାତ୍ରାରେ କାଉଡିଆମାନଙ୍କ ଏପରି ହିଂସ୍ର ଆଚରଣଙ୍କୁ ସାଧାରଣରେ ନିନ୍ଦା କରାଯାଇଛି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories