www.samajalive.in
Friday, December 5, 2025
26.1 C
Bhubaneswar

ଯନ୍ତ୍ରୀସ୍ତରରେ ଅଦଳବଦଳ: ୨ ଗଲେ, ଦୁଇ ଆସିଲେ

ହରଭଙ୍ଗା: ସରକାର ବଦଳିବା ପରେ ପ୍ରଶାସନିକ ସମୀକରଣ ବଦଳିବାରେ ଲାଗିଛି। ନୂଆ ସରକାର ଓ ନୂଆ ଜନପ୍ରତିନିଧି ନିଜ ନିଜ ପସନ୍ଦର ସରକାରୀ କର୍ମଚାରୀ ବାଛୁଥିବାରୁ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଦଳବଦଳ ପ୍ରକିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲାରେ ବ୍ଲକସ୍ତରୀୟ ଯନ୍ତ୍ରୀମାନଙ୍କ କ୍ଷେତ୍ରରେ ଅଦଳବଦଳ କରାଯାଇଛି। ହରଭଙ୍ଗା ବ୍ଲକରୁ ଦୁଇ ଜଣ ଯନ୍ତ୍ରୀଙ୍କୁ ବୌଦ୍ଧ, କଣ୍ଟାମାଳ ବ୍ଲକକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବୌଦ୍ଧ ଏବଂ କଣ୍ଟାମାଳରୁ ଜଣେ ଲେଖାଏଁ ଯନ୍ତ୍ରୀ ହରଭଙ୍ଗା ବ୍ଲକକୁ ବଦଳି କରାଯାଇଛି। ଯନ୍ତ୍ରୀ ସ୍ତରରେ ଅଦଳବଦଳ ଘଟଣାକୁ ଲକ୍ଷ୍ୟକଲେ ପୁରୁଣା ବୋତଲରେ କେବଳ ନୂଆ ଷ୍ଟିକର ସଦୃଶ ମନେହେଉଛି। ଆଗରୁ ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ଥିବା ଯନ୍ତ୍ରୀ ରାଜେଶ ଧିରଙ୍କ ହରଭଙ୍ଗାକୁ ବଦଳି ପରେ ତାଙ୍କର ଘର ବାହୁଡା ହୋଇଛି। ଏହି ପରିପ୍ରେକ୍ଷୀରେ କେବଳ ପଂଚାୟତ ଦାୟିତ୍ୱ ଅଦଳବଦଳ ଯନ୍ତ୍ରୀମାନଙ୍କ ପାଇଁ ନୂଆ ହୋଇଛି।

ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର ଦୁଇଜଣ ଯନ୍ତ୍ରୀ ମନୋଜ କୁମାର ଦଣ୍ଡପାଟ୍ଟଙ୍କୁ ବୌଦ୍ଧ ବ୍ଲକ ଏବଂ ରାଜଦୀପ ରଞ୍ଜନ ଶାହାଙ୍କୁ କଣ୍ଟାମାଳ ବ୍ଲକକୁ ପୃଥକ ପୃଥକ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କଣ୍ଟାମାଳ ବ୍ଲକର ଯନ୍ତ୍ରୀ ଲଳିତା ମାଝୀ ଏବଂ ବୌଦ୍ଧ ବ୍ଲକର ଯନ୍ତ୍ରୀ ରାଜେଶ କୁମାର ଧିରକୁ ହରଭଙ୍ଗା ବ୍ଲକକୁ ବଦଳି କରାଯାଇଛି। ସେହିପରି ବୌଦ୍ଧ ବ୍ଲକର ଯନ୍ତ୍ରୀ ଶିଶିର କୁମାର ଦାଶଙ୍କୁ କଣ୍ଟାମାଳ ବ୍ଲକକୁ ବଦଳି କରାଯାଇଥିବାବେଳେ ଦେଶବନ୍ଧୁ ନାଏକଙ୍କୁ ବୌଦ୍ଧ ବ୍ଲକକୁ ବଦଳି କରାଯାଇଛି। ସେହିପରି ବିଭିନ୍ନ ପଂଚାୟତ ଦାୟିତ୍ୱରେ ଥିବା ସମସ୍ତ ଯନ୍ତ୍ରୀଙ୍କୁ ପଂଚାୟତସ୍ତରରେ ଅଦଳବଦଳ କରାଯାଇଛି। ଲକ୍ଷ୍ମୀଧର ସିଂଙ୍କୁ ଛତ୍ରଙ୍ଗ, ଶଙ୍କୁଲେଇ, ସରସରା, ରାଜେଶ କୁମାର ଧିରଙ୍କୁ ଲୁଣିବାହାଲ, ତିଲେଶ୍ୱର, ତଳଗାଁ, ଲଳିତା ମାଝୀଙ୍କୁ ବୀରନରସିଂହପୁର, ମଥୁରା, ମଧୁସୂଦନ ଦୋରାଙ୍କୁ ବାଣୀଭୁଷଣପୁର, ରାଧାନଗର, ସାମ୍ପୋଚ୍‌‌, ବାବୁଲା ବେହେରାଙ୍କୁ ଆଡେଣିଗଡ଼, ହରଭଙ୍ଗା, ଧଳପୁର, ଗଗନ କୁମାର ବିନ୍ଧାଣୀଙ୍କୁ କୁଶଙ୍ଗ, ମହାଲିକପଡ଼ା, ପ୍ରଣବ ବେହେରାଙ୍କୁ ବନ୍ଧାପଥର, ବାମଣ୍ଡା, ବିନୟ ତରିଆଙ୍କୁ ରାମଗଡ଼, ପୁରୁଣାକଟକ, ପିତାମ୍ବରପୁର ଏବଂ ସୁଷମା ବେହେରାଙ୍କୁ କରଞ୍ଜକଟା ପଞ୍ଚାୟତ ଦାୟିତ୍ୱ ମିଳିଥିବା ଜଣାପଡ଼ିଛି। ଆଗକୁ ପିଇଓ ଏବଂ ଜିଆରଏସ ସ୍ତରରେ ଅଦଳବଦଳ ପାଇଁ ଖସଡା ପ୍ରସ୍ତୁତ ଚାଲିଥିବା ଜଣାପଡ଼ିଛି। ବ୍ଲକସ୍ତରରେ ସମ୍ପୂର୍ଣ୍ଣଭାବେ ଯନ୍ତ୍ରୀ, ପିଇଓ ଏବଂ ଜି.ଆର.ଏସ ସ୍ତରରେ ଅଦଳବଦଳ ପରେ ନୂଆ ସରକାରରେ କିଭଳି ଢଙ୍ଗରେ ଆଗକୁ ନୂଆ ଉନ୍ନୟନ କାର୍ଯ୍ୟ ଚାଲିବ ତାକୁ ବ୍ଲକ ଜନସାଧାରଣ ଅପେକ୍ଷା କରି ରହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories