ଶେଷ ହେଲା ବଜେଟ୍‍ ଅଧିବେଶନ : ପାଶ୍‍ ହୋଇଛି ୧୧ଟି ବିଲ୍

ନିର୍ଦ୍ଧାରିତ ଗୋଟିଏ ଦିନ ପୂର୍ବରୁ ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ : ସଂସଦର ବଜେଟ୍‌ ଅଧିବେଶନ ୨୦୨୨ ଗୁରୁବାର ଶେଷ ହୋଇଛି । ସମ୍ପୂର୍ଣ୍ଣ ବଜେଟ୍‌ ଅଧିବେଶନରେ ରାଜ୍ୟସଭା ଏବଂ ଲୋକସଭାର ୨୭ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ ବିଭିନ୍ନ ବିରୋଧୀ ଦଳର ସଦସ୍ୟମାନଙ୍କ ଅନୁରୋଧ କ୍ରମେ ନିର୍ଦ୍ଧାରିତ ଗୋଟିଏ ଦିନ ପୂର୍ବରୁ ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି । ଅଧିବେଶନ କାଳର ସଫଳତା ଗୁଡ଼ିକ ବିଷୟରେ ଶ୍ରୀ ଯୋଶୀ ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଲୋକସଭାରେ ଉତ୍ପାଦକତା (କାର୍ଯ୍ୟଦକ୍ଷତା) ପାଖାପାଖି ୧୨୯ ପ୍ରତିଶତ ହୋଇଥିବା ବେଳେ ରାଜ୍ୟସଭାରେ କାର୍ଯ୍ୟ ଉତ୍ପାଦକତା ୯୮ପ୍ରତିଶତ ସମ୍ପାଦିତ ହୋଇଛି । ଏହି ଅଧିବେଶନ କାଳରେ ଲୋକସଭାରେ ୧୨ଟି ଓ ରାଜ୍ୟସଭାରେ ଗୋଟିଏ ବିଲ୍‍ ଉପସ୍ଥାପନ କରାଯାଇଛି । ୧୩ଟି ବିଲ୍‍ ରାଜ୍ୟସଭାରେ ପାଶ୍‍ ହୋଇଥିବା ବେଳେ ଲୋକସଭାରେ ୧୧ଟି ବିଲ୍‍ ପାଶ୍‍ ହୋଇଛି ଏବଂ  ମୋଟ  ୧୧ଟି ବିଲ୍ ଉଭୟ ଗୃହରେ  ଅନୁମୋଦନ ଲାଭ କରିଛି । ସେ କହିଛନ୍ତି, ଲୋକସଭାରେ ୧୯୩ ନିୟମ ଅଧୀନରେ ୩ଟି ସ୍ୱଳ୍ପକାଳୀନ ଅଧିବେଶନ ବସିଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ସଂସଦୀୟ ବ୍ୟାପାର ଏବଂ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ ଉପସ୍ଥିତ ଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ବଜେଟ୍‍ ଅଧିବେଶନ କାଳରେ ସରକାର ଉଭୟ ସଭାଗୃହରେ ପୂର୍ଣ୍ଣାଙ୍ଗ ଆଲୋଚନା ପାଇଁ ଅନୁମତି ଦେଇଛନ୍ତି ତେଣୁ ଆଲୋଚନା ପାଇଁ ସରକାର ଅନୁମତି ଦେଇ ନାହାନ୍ତି ବୋଲି ବିରୋଧୀ ଦଳର ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ।  ଶ୍ରୀ ଯୋଶୀ କହିଛନ୍ତି. ଦରଦାମ ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା ପାଇଁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲା ଏବଂ ୟୁକ୍ରେନ୍‍ ସଂକ୍ରାନ୍ତରେ ଆଲୋଚନା ବେଳେ ଏ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ଏପରିକି କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଡିଜେଲ ଓ ପେଟ୍ରୋଲ୍‍ ମୂଲ୍ୟ ବୃଦ୍ଧି ସଂକ୍ରାନ୍ତରେ ବିରୋଧୀ ଦଳର ପ୍ରଶ୍ନ ଗୁଡ଼ିକର ଉତ୍ତର ଦେଇଛନ୍ତି।

prayash

ସୂଚନା ଯୋଗ୍ୟ, ସଂସଦର ବଜେଟ୍‌ ଅଧିବେଶନ, ଜାନୁଆରୀ  ୩୧ରୁ  ଆରମ୍ଭ ହୋଇଥିଲା । ଏହାକୁ ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏଥିପୂର୍ବରୁ  ମଧ୍ୟମ ଅବକାଶ ପାଇଁ ଫେବୃଆରୀ ୧୧ରେ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଥିଲା। ୧୪ ମାର୍ଚ୍ଚରେ ପୁଣି ଥରେ ଉଭୟ ସଦନର କାର୍ଯ୍ୟ ଦିବସ ଆରମ୍ଭ ହୋଇଥିଲା।

ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ରାଜ୍ୟସଭାର ମୋଟ୍‌ ୧୦ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ସଦନର ୧୭ଟି ବୈଠକ ବସିଥିଲା।

kalyan agarbati

Comments are closed.