nua o banner

ଭଗବାନ ବୁଦ୍ଧ ଓ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ

BSKY banner  750×100

ଆଠଗଡ : ଆଠଗଡ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ଆମ୍ବେଦକର ଭବନଠାରେ ଭଗବାନ ବୁଦ୍ଧ ଓ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସମାଜସେବୀ ବିଳାସିନୀ ସେଠୀ ଯୋଗ ଦେଇ ବୁଦ୍ଧଙ୍କ ବାଣୀ ଓ ପ୍ରଦର୍ଶିତ ମାର୍ଗ ଏବଂ ସନ୍ଥ ଭୀମ ଭୋଇଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୀତବାସ ନାଏକ, ଅରୁପାନନ୍ଦ ମଲ୍ଲିକ, ବିଷ୍ଣୁଚରଣ ନାଏକ, ଅଶୋକ ମଲ୍ଲିକ, ସ୍ୱପ୍ନା ସେଠୀ, ଦିଲ୍ଲୀପ ସେଠୀ ଏବଂ ସଭାପତି ଶ୍ରୀ ସେଠୀ ବକ୍ତବ୍ୟ ରଖିଥିଲେ। ଶେଷରେ ସତ୍ୟଜିତ୍‌‌ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.