www.samajalive.in
Sunday, December 7, 2025
26.1 C
Bhubaneswar

ବିଏସକେୱାଇ ହେଲା ବୟସ୍କ ମହିଳାଙ୍କ ସାହାରା, ବିଶାଖାପାଟଣାରେ ମିଳିଲା ମାଗଣା ଚିକିତ୍ସା

ଭୁବନେଶ୍ୱର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ଵାସ୍ଥ୍ୟ ଯୋଜନା ( ବି.ଏସ୍.କେ.ୱାଇ )ଆବାଳ, ବୃଦ୍ଧଙ୍କ ମନରେ ଆଣିଛି ନୂଆ ଆଶା ଓ ଭରଷା। ଦୂରଦୂରାନ୍ତ ଗ୍ରାମର ଗରିବ ବୃଦ୍ଧ ବୃଦ୍ଧା ଆଉ କାହା ଦୟା ଉପରେ ନିର୍ଭର କରି ନୀରବରେ ରୋଗକଷ୍ଟ ଭୋଗ କରୁ ନାହାନ୍ତି । ମାଗଣାରେ ସୁପରସ୍ପେସିଆଲିଟି ଚିକିତ୍ସା ପାଇ ରୋଗମୁକ୍ତ ହେଉଛନ୍ତି।

ନବରଙ୍ଗପୁର ଜିଲା ତେନ୍ତୁଲିଖୁଣ୍ଟି ଗ୍ରାମର ୭୬ ବର୍ଷ ବୟସ୍କ ଶାନ୍ତିକୁମାରୀ ଶତପଥୀ କହନ୍ତି -“ମୋର ପେଟରେ ସିଷ୍ଟ ଟ୍ୟୁମର ହୋଇଥିଲା। ବଡ଼ କଷ୍ଟ ପାଉଥିଲି । ଚିକିତ୍ସା ପାଇଁ ଭୁବନେଶ୍ୱର ବା ବିଶାଖାପାଟଣା ଯିବାକୁ ହେବ। କେଉଁଠୁ ଏତେ ଟଙ୍କା ଆଣି ବାହାରେ ଚିକିତ୍ସା କରିବି । ପୁଅ ଟୁଲୁ କେଉଁଠୁ ବୁଝି ଆସି କହିଲା କାହିଁକି ମନଦୁଃଖ କରୁଛୁ ବୋଉ(ମା’)। ଆମର ବିଜୁ ସ୍ଵାସ୍ଥ୍ୟ କାର୍ଡରେ ବିଶାଖାପାଟଣାରେ ମାଗଣା ଚିକିତ୍ସା ହୋଇପାରିବ । ସେଇ ଭରଷାରେ ବିଶାଖାପାଟଣାର ମେଡିକଭର ହସ୍ପିଟାଲକୁ ଗଲୁ । ବିଏସକେୱାଇ ଟିମ୍ ସାହାଯ୍ୟ କଲେ । ମୋର ଟଙ୍କାଟିଏ ବି ଖର୍ଚ୍ଚ ଲାଗିଲାନି । ସବୁ ପରୀକ୍ଷା, ଚିକିତ୍ସା, ଅପରେସନ ମାଗଣାରେ ହେଲା। ମୁଁ ଏବେ ଭଲ ଅଛି। ସେ ଆହୁରି ମଧ୍ୟ କହନ୍ତି, ଭଗବାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳ କରନ୍ତୁ। ତାଙ୍କେ ପରଉପକାର କରୁଛନ୍ତି। ଜଗନ୍ନାଥ ତାଙ୍କୁ ଭଲରେ ରଖିଥାନ୍ତୁ। ତାଙ୍କର ଜୟ ହଉ।

- Advertisement -

ଶାନ୍ତିକୁମାରୀଙ୍କ ପୁଅ ସୁଶାନ୍ତ କହନ୍ତି, ମାଆଙ୍କର ପେଟ ଭିତରେ ସିଷ୍ଟ ଟ୍ୟୁମର ଜଣାପଡ଼ିଲା । ତାଙ୍କ ବୟସ ମଧ୍ୟ ଅଧିକ । ଶୀଘ୍ର ଅପରେସନ୍ ନହେଲେ ଅବସ୍ଥା ସଂକଟାପନ୍ନ ହୋଇପାରେ ବୋଲି ଡାକ୍ତର ସତର୍କ କରାଇଥିଲେ। ସୁପରସ୍ପେସିଆଲିଟି ହସ୍ପିଟାଲରେ ବ୍ୟୟ ବହୁଳ ଚିକିତ୍ସା ପାଇଁ ଆମ ପରିବାର ଅସମର୍ଥ । ବିଏସକେୱାଇ କାର୍ଡ ବଳରେ ମେଡିକଭର୍ ହସ୍ପିଟାଲରେ ୧୦ ଦିନ ରହିଲୁ। ହସ୍ପିଟାଲରେ ଲାପ୍ରାସ୍କୋପିକ ଆଡେସିଓଲାଇସିସ୍ ଓ ସିଷ୍ଟ ଅପରେସନ ହେଲା। ଖର୍ଚ୍ଚ ରାଜ୍ୟ ସରକାର ବହନ କଲେ । ମୋ ମା’ଙ୍କ ଜୀବନ ବଞ୍ଚାଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ହୃଦୟଭରା କୃତଜ୍ଞତା ଜ୍ଞାପନ କରୁଛି।

ରାଜ୍ୟ ସରକାରଙ୍କ ବିଏସକେୱାଇ ଯୋଜନା ମାଧ୍ୟମରେ ଜଣେ ବୃଦ୍ଧ ମହିଳାଙ୍କର ଚିକିତ୍ସା ସଠିକ୍ ସମୟରେ ହୋଇପାରିବାରୁ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories