କୁସ୍ତିଯୋଦ୍ଧା ବ୍ରିଜ୍ଭୂଷଣଙ୍କୁ ମିଳିବ ନ୍ୟାୟ !
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବ୍ରିଜ ଭୂଷଣ ସିଂହଙ୍କ ମାମଲାରେ ଆଜି ଦାଖଲ ହୋଇପାରେ ଚାର୍ଜସିଟ୍ । କୁସ୍ତି ଯୋଦ୍ଧାଙ୍କ ସହ ବୈଠକ ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଜୁନ୍ ୧୫ ତାରିଖ ସୁଦ୍ଧା ପୁଲିସ ତଦନ୍ତ ସରି ଚାର୍ଜସିଟ ଦାଖଲ କରାଯିବ। ଖୁବଶୀଘ୍ର ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆର ନିର୍ବାଚନ ହେବ। ଧାରଣା ସମୟରେ କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ମଧ୍ୟ ଫେରସ୍ତ ହେବ । ଏଥିସହ ଯୋଦ୍ଧାଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ । ଅନ୍ୟ ପକ୍ଷରେ ଆଜି ଯଦି ଚାର୍ଜସିଟ ଦାଖଲ ନହୁଏ ଧାରଣା ଆଗକୁ ଜାରି ରହିବ ବୋଲି ବ୍ରିଭଭୂଷଣ କହିଛନ୍ତି । ଗତ ଏପ୍ରିଲ ୨୮ରେ ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ରେସଲରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯାଉ ବୋଲି ଦାବି ରଖିଥିଲେ କୁସ୍ତି ଯୋଦ୍ଧା ।
Comments are closed.