www.samajalive.in
Monday, December 15, 2025
24.1 C
Bhubaneswar

ନାରାୟଣପୁର-ହରିପୁର ମଧ୍ୟରେ ନିର୍ମିତ ସେତୁର ମରାମତି ଆରମ୍ଭ

ଗୋପାଳପୁର : ପ୍ରାୟ ୧୬ କୋଟି ବ୍ୟୟରେ ନାରାୟଣପୁର-ହରିପୁର ରାସ୍ତା ପୂର୍ତ୍ତ ବିଭାଗ ଡିଭିଜନ-୨ ପକ୍ଷରୁ ନିର୍ମାଣ ହୋଇଥିବା ସେତୁରେ ଫାଟ ସୃଷ୍ଟି ନେଇ ଖବର ପ୍ରକାଶିତ ହେବା ପରେ ସୋମବାର ବିଭାଗ ପକ୍ଷରୁ ଫାଟ ସୃଷ୍ଟି ହୋଇଥିବା ସ୍ଥାନରେ ମରାମତି କାମ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ପ୍ରାୟ ୧୦ ଇଞ୍ଚ ଦବି ଯାଇଥିବା ବେଳେ ଆଜି ଏହାର ମଧ୍ୟ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ସେତୁ ନିର୍ମାଣ ପାଇଁ ଠିକା ନେଇଥିବା ଠିକାଦାର ପକ୍ଷରୁ ସଠିକ ଭାବେ ସେତୁ ନିର୍ମାଣ ସହ ସେତୁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରିନଥିବାରୁ ଏବେ ସେତୁରେ ଫାଟ ସୃଷ୍ଟି ହେବା ସହ ରାସ୍ତା ମଧ୍ୟ ଦବି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ପଟେ ସେତୁର ମରାମତି କାମ  ହେଉଥିବା ବେଳେ ଠିକାଦାର ପକ୍ଷରୁ ବ୍ରିଜ ଉପରେ ବାଲି ଓ ଚିପ୍ସ ଗଦା କରାଯାଇଛି । କିନ୍ତୁ ଉକ୍ତ ରାସ୍ତା ଅନ୍ଧାରୁଆ ରହୁଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଖବର ପ୍ରକାଶନ ପରେ ଆଜି ପୂର୍ତ୍ତ ବିଭାଗର କୌଣସି ପଦାଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନଥିବା‌‌ ବେଳେ ଠିକାଦାରଙ୍କ ପକ୍ଷରୁ ମରାମତି କାମ ଆରମ୍ଭ କରାଯାଇଥିବା ଅଞ୍ଚଳ ବାସୀ କହିଛନ୍ତି । ସୂଚନାଯୋଗ୍ୟ,  ଗତ ୨୦୧୮ ଡିସେମ୍ବର ମାସରେ ଏହି ସେତୁ ନିର୍ମାଣ ନିମନ୍ତେ ଶୁଭ ଦିଆଯିବା ସହ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ଏହାର କାମ ସରିନଥିବା ବେଳେ ସେତୁରେ ଫାଟ ସହ ରାସ୍ତା ଦବିବା ଘଟଣା ପରେ ଏହି କାମର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories