ବିଦ୍ୟୁତ୍ ଆଘାତରେ ଗଲା ଯୁବକଙ୍କ ଜୀବନ
ବୌଦ୍ଧ: ଘର ସଫା କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗଲା ଯୁବକଙ୍କ ଜୀବନ । ମୃତକ ହେଲେ ତିଲେଶ୍ବର ପଂଚାୟତ ଖଜୁରିଆ ଗ୍ରାମର ଲାଣ୍ଡୁ ନାଏକ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ତିଲେଶ୍ବର ପଂଚାୟତ ଅନ୍ତର୍ଗତ ଖଜୁରିଆ ଗ୍ରାମର ଲାଣ୍ଡୁ ନାଏକ ଗତ ୭ ଦିନ ହେବ ବନ୍ଧପଥର ସ୍ଥିତ ନିଜ ଭିଣୋଇ ଘରେ ରହୁଥିଲେ । ଗତକାଲି ସକାଳୁ ଭିଣୋଇ ସାଙ୍ଗେ ମିଶି ଘର ସଫା କରୁଥିଲେ । ଲାଣ୍ଡୁ ଧାନ ବସ୍ତା ବାହାରକୁ ବାହାର କରୁଥିବା ବେଳେ ସେଠାରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଚାହୁଁ ଚାହୁଁ ଚେତା ଶୂନ୍ୟ ହୋଇପଡିଥିଲେ। ପାଖ ପଡୋଶୀ ଲୋକେ ଆସି ବିଦ୍ୟୁତ କାଟି ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମେଡିକାଲରେ ବୌଦ୍ଧ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରୁଛି ।
Comments are closed.